କନ୍ଧମାଳ ଜିଲାକୁ ୩ ଏନ୍‌ଏଚ୍‌ ସଂଯୋଗ ଦାବି

ବାଲିଗୁଡ଼ା,୧୫। ୪(ଡି.ଏନ.ଏ.): କନ୍ଧମାଳ ଜିଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି। ଏହି ଜିଲା ଦେଇ ରାୟପୁରଠାରୁ ଗୋପାଳପୁର ୫୯ନଂ ଏକମାତ୍ର ଜାତୀୟ ରାଜପଥ ରହିଥିବା ବେଳେ ଆଉ ତିନୋଟି ଜାତୀୟ ରାଜପଥ ନିର୍ମାଣ ପାଇଁ ଲିଖିତ ପ୍ରସ୍ତାବ ଦେଇଛନ୍ତି। ସେଗୁଡିକ ହେଲା ଜାତୀୟ ରାଜପଥ ନଂ.୫୭ ମାଧପୁରଠାରୁ ଖଜୁରୀପଡ଼ା, ଫୁଲବାଣୀ, ଫିରିଙ୍ଗିଆ, ସାରଙ୍ଗଗଡ ଦେଇ କ. ନୂଆଗାଁ ନିକଟସ୍ଥ ଦାରିଙ୍ଗବାଡି ୫୯ନଂ.ଜାତୀୟ ରାଜପଥକୁ ସଂଯୋଗ, ଦ୍ୱିତୀୟ ବାଲିଗୁଡ଼ା ୫୯ନଂ. ଜାତୀୟ ରାଜପଥ ଠାରୁ ବାରଖମା, ସୁଡ୍ରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସୋନପୁର ନିକଟରେ ସଂଯୋଗ, ତୃତୀୟରେ ତୁମୁଡ଼ିବନ୍ଧ ୫୯ ନଂ.ଜାତୀୟ ରାଜପଥଠାରୁ କୋଟଗଡ, ମୁନିଗୁଡ଼ା, ବିଷମକଟକ ହୋଇ ରାୟଗଡ଼ାରେ ସଂଯୋଗ। ପୂର୍ବରୁ ଏକ ଲିଖିତ ପତ୍ର ପ୍ରଦାନ କରିଥିବା ବେଳେ ଏବେ ପୁଣି ଉକ୍ତ ଦାବିକୁ ପତ୍ର ମାଧ୍ୟମରେ ଦୋହରାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି। ପୂର୍ବ ଚିଠି ନେଇ କ’ଣ ଅଗ୍ରଗତି ହୋଇଛି ତାହା ଖୁବଶୀଘ୍ର ପୂର୍ବତନ ବିଧାୟକ ମାଝୀଙ୍କୁ ଜଣାଇବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ମାଝୀ ଆଶାବ୍ୟକ୍ତ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଖୁବଶିଘ୍ର ଏହି କାଯର୍‌ୟ ଆଗକୁ ନେଇ ଜାତୀୟ ରାଜପଥ ମା୍ଯଯତା ପ୍ରଦାନ କରିବେ। ଏହି ତିନୋଟି ଜାତୀୟ ରାଜପଥ ନିର୍ମାଣ ହୋଇଗଲେ କନ୍ଧମାଳ ଜିଲାରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟାତ ସହ ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ଯାତାୟାତ ପାଇଁ ରାସ୍ତା ସୁଗମ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri