ଡେଲ୍ଟା ଭାରିଆଣ୍ଟ୍‌ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…

ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ ବ୍ୟାପିଛି। ଡେଲ୍ଟା(ବି-୧-୬୧୭-୨) ଭାରିଆଣ୍ଟ୍‌ ଯୋଗୁ ଆକ୍ରାନ୍ତଙ୍କ ଶ୍ରବଣ ଶକ୍ତି କମିବା ସହିତ ଅବସାଦ ବଢୁଛି। ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଅଧିକ ଭୟଙ୍କର। ଏହା ସହିତ ଆକ୍ରାନ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା, ବ୍ଲଡ୍‌ କ୍ଲଟିଂ ଆଦି ସମସ୍ୟା ଦେଖାଯାଉଛି। କେତେକଙ୍କ କ୍ଷେତ୍ରରେ ଡାଇରିଆ ଏବଂ ବାନ୍ତି ମଧ୍ୟ ହେଉଛି ବୋଲି ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ଅବ୍‌ଦୁଲ୍‌ ଗଫୁର ସୂଚନା ଦେଇଛନ୍ତି। ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡ୍‌ରେ ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ବହୁ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ସେହିପରି ଆମେରିକା ଏବଂ ଅଷ୍ଟ୍ରଲିଆରେ ଅନ୍ୟ ଭାରିଆଣ୍ଟ୍‌ ତୁଳନାରେ ଡେଲ୍ଟା ଭାରିଆଣ୍ଟ୍‌ ଭାକ୍ସିନ୍‌ର ପ୍ରଭାବକୁ ହ୍ରାସ କରିଥିବାର କେତେକ ଘଟଣା ଦୃଷ୍ଟିକୁ ଆସିଛି। ଭାରତରେ ଡେଲ୍ଟା ଭାରିଆଣ୍ଟ୍‌ ତାଣ୍ଡବ ରଚିଥିବା ସିଡ୍‌ନୀର ନ୍ୟୁ ସାଉଥ୍‌ ଓ୍ବେଲସ୍‌ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ ବାୟୋସିକ୍ୟୁରିଟି ପ୍ରଫେସର ରାଇନା ମ୍ୟାକଲନ୍‌ଟାୟର ସୂଚନା ଦେଇଛନ୍ତି। ଏହି ଭାରିଆଣ୍ଟ୍‌ ଛୋଟ ପିଲାଙ୍କଠାରେ ଅଧିକ ଗୁରୁତର ସଂକ୍ରମଣ ସୃଷ୍ଟି କରିବାର ଆଶଙ୍କା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri