ଡେଲ୍ଟା ଭାରିଆଣ୍ଟ ତାଣ୍ଡବ, ହସ୍ପିଟାଲରେ ବେଡ୍‌ ଅଭାବ…

ଓ୍ବାଶିଂଟନ,୩୦।୮: ଆମେରିକାରେ କରୋନା ମହାମାରୀର ଡେଲ୍ଟା ଭାରିଆଣ୍ଟ ଯୋଗୁ ବିପଦ ସୃଷ୍ଟି ହୋଇଛି। ଡେଲ୍ଟା ତାଣ୍ଡବ ରଚିବା ଦ୍ୱାରା ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଆମେରିକାର ୧୪ଟି ରାଜ୍ୟରେ ଏକ ସପ୍ତାହରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କେତେକ ସହରରେ ମୃତଦେହ ରଖିବା ପାଇଁ ମଧ୍ୟ ସ୍ଥାନର ଅଭାବ ଦେଖାଦେଇଛି। ମୋଟ ୪୨ ଟି ରାଜ୍ୟରେ ଡେଲ୍ଟା ଭାରିଆଣ୍ଟର ସଂକ୍ରମଣ ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ଅକ୍ସିଜେନ ଅଭାବ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଅପରପକ୍ଷରେ ହସ୍ପିଟାଲରେ ବେଡ୍‌ ସମସ୍ୟା ସୃଷ୍ଟି ହୋଇଛି। ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ୨୮ଟି ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ଆଲାବାମାରେ ୫,୫୭୧ ଛୋଟ ପିଲା ସଂକ୍ରମିତ ହୋଇଛନ୍ତି। ଏଠାରେ ସଂକ୍ରମଣ ହାର ମଧ୍ୟ ୨୩ ପ୍ରତିଶତ ଅତିକ୍ରମ କରିଛି । ଫ୍ଲୋରିଡା, ଦକ୍ଷିଣ କାରୋଲିନା, ଟେକ୍ସାସ ଏବଂ ଲୁଇସିୟାନାରେ ଥିବା ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ଅଭାବ ଦେଖାଦେଇଛି।

Share