ଡେଲ୍ଟା ଭାରିଏଣ୍ଟ କବଳରେ ଚାଇନା

ବେଜିଂ,୩୧ ।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ମହାମାରୀ ଏବେ ସୁଦ୍ଧା କୋଟି କୋଟି ଲୋକଙ୍କ ଜୀବନ ନେଇ ସାରିଲାଣି । ବେଳକୁ ବେଳ ଏହାର ନୂଆ ଭାରିଏଣ୍ଟ ବିଶେଷଜ୍ଞଙ୍କ ଚିନ୍ତାର କାରଣ ପାଲଟି ଯାଇଛି । ଏବେ ଦେଖାଯାଇଥିବା ଡେଲ୍ଟା ଭାରିଏଣ୍ଟ ବହୁ ମାରାତ୍ମକ ବୋଲି କୁହାଯାଉଛି । ଏହା ଖୁବ୍ ଶୀଘ୍ର ବ୍ୟାପୁଥିବା ସହ ଲକ୍ଷଣ ନ ଥିବା ବୋଲି ବିଶେଷଜ୍ଞ କହୁଛନ୍ତି । ଏହି ଡେଲ୍ଟା ଭାରିଏଣ୍ଟ ଏବେ ଚାଇନାରେ ଆତଙ୍କ ଖେଳାଇଲାଣି । ଚାଇନାର ନ୍ୟାଶନାଲ ହେଲ୍‌ଥ କମିଶନ କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୬୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଗୋଟିଏ ଦିନ ପୂର୍ବରୁ ୪୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏହା ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରି ଦିଆଯାଇଛି । ସୂଚନାଯୋଗ୍ୟ, ଏବେ ଡେଲ୍ଟା ଓ ଡେଲ୍ଟା ପ୍ଲସ ଭାରିଏଣ୍ଟର ଅଧିକାଂଶ ସଂକ୍ରମିତ ଆମେରିକା ଓ ଭାରତରେ ଦେଖା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

୨ ନଦୀର ସଙ୍ଗମସ୍ଥଳରେ ହେବ ଆନିକଟ୍‌, ନିର୍ମାଣ ସ୍ଥଳ ପରିଦର୍ଶନ କରି ବିଧାୟକ କହିଲେ…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ…

ମାଓବାଦୀ ମୁକ୍ତ ହେବ ଗନ୍ଧମାର୍ଦ୍ଦନ: ଚାଲିଛି ରଣକୌଶଳ, ମାର୍ଚ୍ଚ ଶେଷ ଶୁଦ୍ଧା…

ବରଗଡ଼,୧୧ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ଜଙ୍ଗଲରୁ ପ୍ରଥମେ ଜିଲାରେ ମାଓବାଦୀ ସଂଗଠନ କାୟା ବିସ୍ତାର କରିଥିଲା। ଏହାପରେ ମାଓବାଦୀ…

ଜୀବନର ଶେଷ ଦୌଡ଼… ପୋଲିସ ନିଯୁକ୍ତି ପାଇଁ ଦୌଡୃୁଥିଲେ ପ୍ରାର୍ଥୀ, ତଳେ ପଡ଼ି ଚାଲିଗଲା ଜୀବନ

ମୁମ୍ବାଇ,୧୧।୨: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଶାରୀରିକ ପରୀକ୍ଷା ପାଇଁ ଏକ ଦୌଡ଼ରେ ଅଂଶଗ୍ରହଣ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri