ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଏହାପରେ ଏପ୍ରିଲ୍‌ ୧୫ରେ ଅନ୍ୟ ଜଣେ ଆକ୍ରାନ୍ତଙ୍କୁୁ ଚିହ୍ନଟ କରାଯାଇଥିଲା। ଏନେଇ ମୁମ୍ବାଇର ଅତିରିକ୍ତ ମ୍ୟୁନିସ୍‌ପାଲ କମିଶନର ସୁରେଶ କାକାନି ସୂଚନା ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ୨୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ରତ୍ନଗିରିରେ ସର୍ବାଧିକ ୯ ଜଣ ଏବଂ ଜଲଗାଁରେ ୭ ଜଣ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାକାନି କହିଛନ୍ତି।

Share