ଭୁବନେଶ୍ୱରରେ ଡେଲିଭରି ବୟଙ୍କୁ ମାରି ଫିଙ୍ଗିଦେଲେ ! ବିଲ ଭିତରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୯।୧(ତ୍ରିନାଥ ମହାନ୍ତି): ମଞ୍ଚେଶର ଥାନା ଅନ୍ତର୍ଗତ ପାଣ୍ଡରା ନିକଟରେ ଥିବା ବିଲ ମଝିର ଏକ ପାଚେରୀ କଡ଼ରୁ ଜଣେ ଡେଲିଭରୀ ବଏଙ୍କ ସନ୍ଦେହ ଜନକ ମୃତଦେହ ଜବତ ହୋଇଛି। ବେକରେ ଗାମୁଛା ବନ୍ଧା ହୋଇ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି। ତେଣୁ ପୋଲିସ ଏହାକୁ ଆମତ୍ହତ୍ୟା ବୋଲି କହୁଛି। ତେଣୁ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି। ମୃତ ଯୁବକ ହେଲେ ନୀଳାମ୍ବର ଭୋଇ। ମୃତଦେହ ପାଖରେ ଏକ ପାଣି ବୋତଲ ସହ ସାଇକେଲ ପଡ଼ିଛି । ମୁଖ୍ୟ ରାସ୍ତା ଠାରୁ ବିଲ ଭିତରେ ୧୦୦ମିଟର ଦୂରରେ ମୃତଦେହ ଝୁଲୁଥିଲା। ମଞ୍ଚେଶର ଥାନା ପୋଲିସ, ସାଇଣ୍ଟିଫିକ ଟିମ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ସେ ଏକ ଅନଲାଇନ ଡେଲିଭେରି ସଂସ୍ଥାରେ କାମ କରୁଥିଲେ । ଦୁଇ ବର୍ଷ ହେବ ମହାଦେବ ନଗରରେ ରହୁଥିଲେ । ୨ ଦିନ ତଳେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ପୋଲିସ ଏକ ମିସିଂ ରିପୋର୍ଟ କରି ଛାନ୍‌ଭିନ୍‌ କରିଥିଲେ। ଗୁରୁବାର ସକାଳେ ନୀଳାମ୍ବରର ଫୋନ୍‌ ନମ୍ବରର ଶେଷ ଲୋକେସନ ଦେଖିବା ପରେ ସେ ପାଣ୍ଡରା ଏକ ବିଲ ଭିତରେ ଦେଖାଇଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ସେଠାକୁ ଯାଞ୍ଚ ଦେଖିବା ପରେ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା।

ମଙ୍ଗଳବାର ଅର୍ଡର ଧରି ପହଞ୍ଚାଇବାକୁ ବାହାରିଥିଲେ ନୀଳାମ୍ବର। ଗ୍ରାହକଙ୍କ ସହ କମ୍ପାନୀରୁ କଲ ପରେ କଲ ଆସୁଥିଲା । ହେଲେ ଅର୍ଡର ନେଇ ପହଞ୍ଚାଇ ପାରିଲେନି ସେ। ଅଧା ରାସ୍ତାରୁ ନିଖୋଜ ହୋଇଗଲେ ଡେଲିଭରି ବୟ ନୀଳାମ୍ବର । ଆଉ ନିଖୋଜର ୨ ଦିନ ପରେ ବିଲ ଭିତରୁ ମିଳିଛି ଡେଲିଭରି ବୟଙ୍କ ମୃତଦେହ । ପରିବାର ଲୋକ ଏହାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ କେହି ହତ୍ୟା କରି ଏଭଳି ବେକରେ ଗାମୁଚ୍ଛା ଲଗାଇ ଝୁଲାଇ ଦେଇଛନ୍ତି। ପୋଲିସ ନିରପେକ୍ଷ ତଦନ୍ତ କଲେ ସତ ପଦାକୁ ଆସିବ ବୋଲି ପରିବାର ଲୋକ କହିଛନ୍ତି। ପୋଲିସ ଗୁରୁବାର ରାତିରେ ଖୋଜା ଖୋଜି କରିଥିଲେ ନୀଳାମ୍ବରର ମୃତଦେହ ଏଭଳି ଅବସ୍ଥାରେ ମିଳିନଥାନ୍ତା ବୋଲି ସେମାନେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତରେ ବିଳମ୍ବ କରିବାରୁ ଏଭଳି ଅବସ୍ଥାରେ ମୃତଦେହ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

୧୧ କ୍ରସ୍‌ ଭୋଟିଂରେ ଦିଲୀପ ଜିତିଲେ

ଭୁବନେଶ୍ୱର, ୧୭।୪(ସୁନିତ୍‌ ମିଶ୍ର): ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ସୋମବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିଛି। କଂଗ୍ରେସର…

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri