Posted inଜାତୀୟ

ଗ୍ରୋସରୀ ସାମଗ୍ରୀ ଦେବାକୁ ଆସି ମହିଳାଙ୍କୁ ବଳାତ୍କାର କଲେ ଡେଲିଭରିବୟ

ନୂଆଦିଲ୍ଲୀ,୨୯।୧୦: ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ନୋଏଡ଼ା ପୋଲିସ ଜଣେ ୨୩ ବର୍ଷୀୟ ଜଣେ ଡେଲିଭରିବୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁମିତ ସିଂ।

ଅଭିଯୋଗ ମୁତାବକ, ଗ୍ରେଟର ନୋଏଡା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିବା ମହିଳା ଜଣକ ମୋବାଇଲ ଆପ୍‌ ମାଧ୍ୟମରେ ଗ୍ରୋସରୀ ସାମଗ୍ରୀ ଅର୍ଡର କରିଥିଲେ। ଅର୍ଡର ମୁତାବକ, ଗ୍ରୋସରୀ ସାମଗ୍ରୀ ଧରି ସୁମିତ ସିଂ ନାମକ ଜଣେ ଡେଲିଭରିବୟ ମହିଳାଙ୍କ ପାଖକୁ ଆସିଥିଲେ। ହେଲେ ମୁମିତ ମହିଳାଙ୍କୁ ଏକୁଟିଆ ଦେଖି ଘରେ ପଶି ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ଏନେଇ ମହିଳା ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଥିଲା। ପୋଲିସ ଗ୍ରେଟର ନୋଏଡାର ଏକ ଆବାସିକ ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ପହଞ୍ଚିଥିବା ବେଳେ ଅଭିଯୁକ୍ତ ସୁମିତ ଜଣେ କନ୍‌ଷ୍ଟେବଳଙ୍କଠାରୁ ପିସ୍ତଲ ଛଡାଇ ପୋଲିସ ଉପରକୁ ଗୁଳି ଚଳାଇବା ସହ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସର ଏନ୍‌କାଉଣ୍ଟରରେ ସୁମିତଙ୍କ ଗୋଡରେ ଗୁଳି ବାଜିଥିଲା। ପରେ ପୋଲିସ ଅଭିଯୁକ୍ତ ସୁମିତଙ୍କୁ ଗିରଫ କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ସେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏପରିକି ପୂର୍ବରୁ ଅଭିଯୁକ୍ତ ମୁମିତ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ…

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?