Categories: ଜାତୀୟ

ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ହୁଅ

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଜିନତ ଧୂଆଁର ବଳୟ ଦିନକୁ ଦିନ ଅଧିକରୁ ଅଧିକ ଘନ ହେବାରେ ଲାଗିଛି। ତାପମାତ୍ର ଖସୁ ଥିବାରୁ ସ୍ଥିତି ଆହୁରି ଖରାପ ହୋଇପାରେ। ସେଥିଲାଗି ରାଜ୍ୟ ଓ ସ୍ଥାନୀୟ ପ୍ରଶାସନକୁ ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣକାରୀ ବୋର୍ଡ।

ବାୟୁରେ ଉପସ୍ଥିତି ଥିବା ପ୍ରବଳ ମାତ୍ରରେ ବିଷାକ୍ତ ଧୂଳିକଣା କାରଣରୁ ଦିଲ୍ଲୀବାସୀଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ପ୍ରଦୂଷଣର ଏଭଳି ସ୍ତର ସୁସ୍ଥ ଲୋକଙ୍କ ଶରୀରକୁ ମଧ୍ୟ ପ୍ରଭାବିତ କରିବ। ଯେ କୌଣସି ରୋଗରେ ପୀଡ଼ିତଙ୍କ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ଏଥିସହିତ ଦିଲ୍ଲୀରେ ଭିଜିବିଲିଟି ମଧ୍ୟ ହ୍ରାସ ପାଇଛି।

ଗତ ୪୮ ଘଣ୍ଟା ଧରି ବାୟୁର ମାନ ଗମ୍ଭୀର ଥିବାରୁ ପ୍ରଦୂଷଣ ନିୟନ୍ତ୍ରଣକାରୀ ବୋର୍ଡ ପକ୍ଷରୁ ଶୁକ୍ରବାର ସର୍କୁଲାର ଜାରି କରାଯାଇଛି। ସେଥିରେ ସ୍କୁଲ ବନ୍ଦ କରିବାଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ଉପରେ ବ୍ୟାନ ସମେତ ବେସରକାରୀ ଯାତାୟତ ଉପରେ ଅଡ୍‌-ଇଭେନ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Share