Odisha Elections 2024
Posted inଜାତୀୟ

ଦିଲ୍ଲୀର ଅଭିଶପ୍ତ ବଙ୍ଗଳା, ଯେଉଁଠି ରହି ୩ମନ୍ତ୍ରୀଙ୍କ ଚାଲିଯାଇଛି ପଦ! ଜଣେ ଯାଇଛନ୍ତି ଜେଲ୍‌

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀ ସରକାରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ବିଶେଷ କରି ସେ ରହୁଥିବା ସିଭିଲ ଲାଇନ୍ସର ବଙ୍ଗଳା ନମ୍ବର ୪ ଏବେ ଚର୍ଚ୍ଚା ଘେରକୁ ଆସିଛି। ସ୍ଥାନୀୟ ଲୋକେ ଏହାକୁ ଅଭିଶପ୍ତ ବଙ୍ଗଳା ବୋଲି କହୁଛନ୍ତି। ତେବେ କେବଳ ରାଜକୁମାର ନୁହନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ଏଲଜି ଏବଂ ଅନେକ ମନ୍ତ୍ରୀ ମଧ୍ୟ ଏଠାରେ ରହିଛନ୍ତି। ତେବେ ଆମ ଆଦମୀ ପାର୍ଟିର ଏପରି ଟ୍ରାଜେଡି ଭିତରେ ଏହି ବଙ୍ଗଳା ସମସ୍ତଙ୍କ ନଜର ଘେରକୁ ଆସିଛି।

ମନ୍ତ୍ରୀଙ୍କ ବଙ୍ଗଳା ଏବେ ଏକରକମ ଭୂତିଆ ବଙ୍ଗଳା ହୋଇଯାଇଛି। ବଙ୍ଗଳା ଗେଟରେ ତାଲା ପଡ଼ିବା ସହ କୋଠାରେ କୌଣସି ଲାଇଟ୍‌ ବି ଜଳୁନାହିଁ। କହିରଖୁଛୁ କି, ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ପରେ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଏହି ବଙ୍ଗଳାରେ ରହୁଥିଲେ। କିନ୍ତୁ ସବୁଠାରୁ ତାଜୁବ କରିବା ଭଳି କଥା ହେଉଛି କି, ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କ କାର୍ଯ୍ୟକାଳ ଶେଷ କରିପାରି ନ ଥିଲେ।

ସନ୍ଦୀପ କୁମାର: ୨୦୧୫ରେ ସନ୍ଦୀପ ଦିଲ୍ଲୀର ସୁଲତାନପୁର ମାଜରା ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ସେ ବଳାତ୍କାର ମାମଲାରେ ଗିରଫ ହୋଇଥିଲେ।

ରାଜେନ୍ଦ୍ର ପାଲ ଗୌତମ: ରାଜେନ୍ଦ୍ର ୨୦୨୦ରେ ଆମ ଆଦମୀ ପାର୍ଟି ସରକାରରେ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଥିଲେ। କିନ୍ତୁ ବାବା ସାହେବଙ୍କ ୨୨ଟି ଶପଥକୁର ପ୍ରଚାର କରିବା ଏବଂ ହିନ୍ଦୁ ଦେବତାଙ୍କୁ ବିଶ୍ୱାସ ନ କରିବା ନେଇ ବିବାଦ ଦେବାରୁ ବିବାଦ ଉପୁଜିଥିଲା। ଯାହାଯୋଗୁ ରାଜେନ୍ଦ୍ରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଅକ୍ଟୋବର ୨୦୨୨ରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

ରାଜକୁମାର ଆନନ୍ଦ: ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରାଜକୁମାର ଆନନ୍ଦଙ୍କୁ ୨୦୨୨ ମସିହାରେ ମନ୍ତ୍ରୀପଦ ସମ୍ଭାଳି ଥିଲେ। ସେ ୭ଟି ବିଭାଗର ଦାୟିତ୍ୱ ନେଇଥିଲେ। ୨୦୨୩ ନଭେମ୍ବର ୨ରେ, ଇଡି ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ କରିଥିଲା। ତେବେ ମାର୍ଚ୍ଚ ୨୧ରେ କେଜରିୱାଲଙ୍କୁ ଗିରଫ କରାଯିବା ପରେ ଏପ୍ରିଲ ୧୦ରେ ରାଜକୁମାର ଦଳରୁ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ କାମ କରିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ ଆଣିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

ଜବାବ ଦେଲେ ଯୋଗୀ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି ଏବଂ ତିନୋଟି ପର୍ଯ୍ୟାୟ ଭୋଟ ବାକି ଅଛ ଏହି ପରିପ୍ରେକ୍ଷୀରେ, ରାଜନୈତିକ...

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri