ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି ଭାବେ ଏକ୍ୟୁଆଇ ୩୫୦ ଥିବା ସମୀର ଆପ୍ ଦର୍ଶାଇଥିବା ବେଳେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ତାହା ୩୫୨ ରହିଛି।
ଜାତୀୟ ରାଜଧାନୀର ଅଧିକାଂଶ ଅଞ୍ଚଳକୁ ଧୂଳି ଧୂଆଁର ଘନ ଆସ୍ତରଣ ଘେରି ରହିଛି। ୫୪ଟି ପର୍ଯ୍ୟବେକ୍ଷଣ କେନ୍ଦ୍ର ମଧ୍ୟରୁ ୪୭ଟିରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରେକର୍ଡ ହୋଇଥିବା ବେଳେ ୭ଟିରେ ଗମ୍ଭୀର ବର୍ଗର ହୋଇଥିବା ରେକର୍ଡ କରାଯାଇଛି। ଆଇଆଇଟି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ସର୍ବାଧିକ ୪୨୮ ରହିଥିବା ବେଳେ ଏହା ପଛକୁ ଆଇଟିଓ (୪୧୪) ରହିଛି।
ସେହିପରି କମନଓ୍ବେଲ୍ଥ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ଏକ୍ୟୁଆଇ ୪୦୩ ରେକର୍ଡ ହୋଇଥିବାବେଳେ ଦିଲ୍ଲୀ ୟୁନିଭର୍ସିଟିର ନର୍ଥ କ୍ୟାମ୍ପସ୍ ଏବଂ ପୁସାଠାରେ ୪୦୨ ଏବଂ ବୁରାରି କ୍ରସିଂଠାରେ ୪୦୦ ରେକର୍ଡ ହୋଇଛି। ପଞ୍ଜାବ ବାଗ୍ ଏକ୍ୟୁଆଇ ୩୮୬, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟଠାରେ ୩୮୩, ଅକ୍ଷରଧାମ ମନ୍ଦିରଠାରେ ୩୬୫, ଆର୍କେପୁରମ୍ଠାରେ ୩୩୯, ଓଖଲା ପେଜ୍-୨ଠାରେ ୩୩୦ ଏବଂ ମଇଦାନ ଗର୍ହିଠାରେ ଏକ୍ୟୁଆଇ ୩୨୫ ରହିଛି।
ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୮.୬ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ଯାହାକି ଚଳିତ ଋତୁର ହାରାହାରି ତାପମାତ୍ରାଠାରୁ ୫.୧ ଡିଗ୍ରୀ କମ୍ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।