Posted inଖେଳ

ଦିଲ୍ଲୀ ୬ ଉଇକେଟରେ ବିଜୟୀ

ମୁମ୍ବାଇ,୧୪ା୩: ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ୧୧ ତମ ମ୍ୟାଚ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳ ୪ ଉଇକେଟ ବିନିମୟରେ ୧୫୦ ରନ୍‌ କରିଥିଲା। ଜବାବରେ ୨ ବଲ୍‌ ବାକି ଥାଇ ୪ ଉଇକେଟ ହରାଇ ମ୍ୟାଚ୍‌ ଜିତିଥିଲା କ୍ୟାପିଟାଲ୍ସ। ପ୍ରାରମ୍ଭିକ ବିପର୍ଯ୍ୟୟ ସହ ୧୩ ଓଭର ସୁଦ୍ଧା ଦଳ ମାତ୍ର ୬୩ ରନ୍‌ କରି ୩ ଉଇକେଟ ହରାଇଥିଲା ଆରସିବି। ତେବେ ରିଚା ଘୋଷଙ୍କ ୩୭ ଓ ଏଲିସ୍‌ ପେରୀଙ୍କ ୬୭* ରନ୍‌ ବଳରେ ଅନ୍ତିମ ୭ ଓଭରରୁ ୮୭ ରନ୍‌ କରିବାରେ ସମର୍ଥ ହୋଇଥିଲା। ପେରୀ ଓ ରିଚା ଚତୁର୍ଥ ଉଇକେଟରେ ୩୪ ବଲ୍‌ରୁ ୭୪ ରନ୍‌ ସଂଗ୍ରହ କରିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ଭେଟେରାନ୍‌ ଶିଖା ପାଣ୍ଡେ ଚମତ୍କାର ବୋଲିଂ କରି ୩ ଉଇକେଟ ନେଇଥିଲେ। ୧୫୧ ରନ୍‌ର ପିଛା କରୁଥିବା କ୍ୟାପିଟାଲ୍ସ ପ୍ରଥମ ଓଭରେ ଶେଫାଳି ବର୍ମାଙ୍କ ଉଇକେଟ ହରାଇଥିଲା। ମେଗ୍‌ ଲାନିଙ୍ଗ(୧୫) ଓ ଆଲିସ୍‌ କାପ୍‌ସି(୩୮) ଦ୍ୱିତୟ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ପରେ ଜେମିମା ରୋଡ୍ରିଗୁଏଜ୍‌ ୩୨, ମାରିଜେନ୍‌ କାପ୍‌ ୩୨* ଓ ଜେସ୍‌ ଜୋନୋସେନ୍‌ ୨୯ରନ କରି ଦଳକୁ ବିଜୟୀ କରିଥିଲେ। ଆରସିବି ପକ୍ଷରୁ ଆଶା ଶୋବନା ସର୍ବାଧିକ ଦୁଇ ଉଇକେଟ ନେଇଥିବା ବେଳେ ପ୍ରୀତି ବୋଷ ଓ ମେଗାନ ଶୁଟ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୫୦/୪ (ଏଲିସ୍‌ ପେରୀ-୬୭*, ରିଚା ଘୋଷ-୩୭, ସୋଫି ଡିଭାଇନ୍‌-୨୧, ଶିଖା ପାଣ୍ଡେ- ୩/୨୩, ତାରା ନୋରିସ୍‌-୧/୨୫)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୧୫୪/୪ (ଆଲିସ କାପ୍‌ସି-୩୮, ମାରିଜେନ୍‌ କାପ୍‌-୩୨*, ଜେମିମା ରୋଡ୍ରିଗୁଏଜ୍‌-୩୨, ଆଶା ଶୋବନା-୨/୨୭)।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri