Categories: ଜାତୀୟ

ମାର୍‌ପିଟ୍‌ କରି ସ୍ତ୍ରୀଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ ସ୍ବାମୀ: ମହିଳା ଆୟୋଗ ଟିମ୍‌ ପହଞ୍ଚିବା ପରେ…

ନୂଆଦିଲ୍ଲୀ,୨୫।୮: ତ୍ରିଲୋକପୁରୀ ଅଞ୍ଚଳରୁ ଦିଲ୍ଲୀ ମହିଳା ଆୟୋଗ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କୁ ତାଙ୍କ ସ୍ବାମୀ ଲୁହା ଶିକୁଳିରେ ବାନ୍ଧି ଅତି ଦୟନୀୟ ଭାବେ ରଖିଥିଲେ। ଏନେଇ ବିଶେଷ ସୁତ୍ରରୁ ଖବର ପାଇବା ପରେ ଆୟୋଗର ଏକ ଟିମ୍‌ ତାଙ୍କୁ ଉଦ୍ଧାର କରିଛନ୍ତି।

ସୂଚନାପ୍ରକାରେ, ମହିଳାଜଣଙ୍କ ୧୧ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାନ ଅଛନ୍ତି। ହେଲେ ତାଙ୍କୁ ସ୍ବାମୀ ଅକଥନୀୟ ଅତ୍ୟାଚାର କରୁଥିଲେ। ଲଗାତାର ଭାବେ ମାରପିଟ୍‌ କରିବା ସହ ଛଅମାସ ଧରି ଶିକୁଳିରେ ବାନ୍ଧି ରଖିଥିଲେ। ଗୋଟିଏ ଘରେ ତାଙ୍କୁ ରଖାଯାଇଥିଲା। ସେଠାରେ ସେ ମଳମୁତ୍ର ତ୍ୟାଗ କରୁଥିବା ବେଳେ ରହୁଥିଲେ। ଏସବୁକୁ ନେଇ ମହିଳାଙ୍କ ମାନସିକସ୍ତରରେ ପ୍ରଭାବ ପଡ଼ିଥିବା କୁହାଯାଇଛି। ଆୟୋଗ ଟିମ୍‌ର ସଦସ୍ୟ ପହଞ୍ଚି ମହିଳାଙ୍କୁ ଦୟନୀୟ ଭାବେ ଦେଖିଥିଲେ। ସେ ରହୁଥିବା କୋଠରୀରୁ ଦୁର୍ଗନ୍ଧ ଆସିଥିଲା। ତେବେ ତାଙ୍କର ଏବେ ଚିକିତ୍ସା ଚାଲିଛି। ଏହାପରେ ପୋଲିସରେ ଅଭିଯୋଗ କରାଯିବ ବୋଲି ଅଧ୍ୟକ୍ଷ ସ୍ବାତି ମାଲିବାଲ କହିଛନ୍ତି।

Share