ପାଣି ପାଇଁ ହାହାକାର: ଜୀବନକୁ ବାଜି ଲଗାଇ ଟ୍ୟାଙ୍କର ପଛରେ ଗୋଡାଉଛନ୍ତି ଦିଲ୍ଲୀବାସୀ

ନୂଆଦିଲ୍ଲୀ,୨।୬: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର। ଭୀଷଣ ଗରମ ମଧ୍ୟରେ ପାଣିର ଅଭାବକୁ ନେଇ ଲୋକେ ହନ୍ତସନ୍ତ ହେଉଛନ୍ତି। ଏମିତିରେ ଲୋକେ ପାଣି ପାଇଁ ଟ୍ୟାଙ୍କର ପଛରେ ଦୌଡ଼ୁଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଲୋକେ ପାଣି ପାଇଁ ଟ୍ୟାଙ୍କର ଲାଇନ୍‌ରେ ସାରାଦିନ ଛିଡ଼ା ହୋଇ ରହୁଥିବା ବେଳେ ଅନେକ ସ୍ଥାନରେ ପାଣି ମିଳୁ ନାହିଁ।

ଦିଲ୍ଲୀର ଓଖଲା ଫେଜ୍‌ ୨ରୁ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କେଉଁଭଳି ପାଣି ପାଇଁ ବ୍ୟାକୁଳ ହୋଇ ଟ୍ୟାଙ୍କର ଉପରେ ଚଢ଼ିବାକୁ ବାଧ୍ୟ ହେଉଛନ୍ତି। ଗରମ ସତ୍ତ୍ୱେ ନିଜର ଶୋଷ ମେଣ୍ଟାଇବା ପାଇଁ ସେମାନେ ଦୌଡ଼ୁଛନ୍ତି। ଏହାର ଦୃଶ୍ୟ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Share
Tags: National