Posted inଜାତୀୟ

୨୦୪୭ ସୁଦ୍ଧା ବିକଶିତ ଦେଶ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରୁଛନ୍ତି। ଏହି ସମୟରେ ପିଏମ ମୋଦି କହିଛନ୍ତି ଯେ, ଯେତେବେଳେ ମୁଁ ନିମନ୍ତ୍ରଣ ପାଇଥିଲି, ସେତେବେଳେ ମୁଁ ସ୍ଥିର କରିଥିଲି ଯେ ମୋତେ ଆସିବାକୁ ପଡିବ। ମୁଁ ଖୁସି ଯେ ମୋତେ ଏହି ପରିବେଶକୁ ଆସିବାର ସୁଯୋଗ ମିଳିଛି, ଆଜି ମୁଁ ମେଟ୍ରୋରୁ ଯୁବ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରି ଆସିଛି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କୌଣସି ଦେଶ ହେଉ, ଏହାର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାର ସଫଳତାର ପ୍ରକୃତ ପ୍ରତୀକ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଏକ ମୁହୂର୍ତ୍ତ। ଏହି ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ମୁହୂର୍ତ୍ତରେ ବଞ୍ଚିଛି, ଏହି ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ମୁହୂର୍ତ୍ତକୁ ଜୀବନ ଦେଇଛି।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ସଂକଳ୍ପକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ମୁଁ ନିକଟରେ ଆମେରିକା ଗସ୍ତରେ ଯାଇଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଆମ ଦେଶର ସମ୍ମାନ ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆଜି ଭାରତ ହେଉଛି ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି। ଦେଶର ଲିଙ୍ଗ ଅନୁପାତରେ ଉନ୍ନତି ଆସିଛି ଏବଂ ଭାରତର ଡ୍ରୋନ ନୀତିରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri