ଦିଲ୍ଲୀ ୟୁନିଭର୍ସିଟି ପ୍ରଫେସରଙ୍କୁ ହତ୍ୟା, ବାହାର ପଟୁ ତାଲା ଦେଇ….

ନୂଆଦିଲ୍ଲୀ,୫।୬:  ଦିଲ୍ଲୀ ୟୁନିଭର୍ସିଟିର ଜଣେ ପ୍ରଫେସରଙ୍କୁ ସେ ରହୁଥିବା ଏକ ଫ୍ଳାଟ୍‌ରେ ହତ୍ୟା କରାଯାଇଛି । ଦିଲ୍ଲୀ ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ ପୂର୍ବ ଦିଲ୍ଲୀର ବସୁନ୍ଧରା ଏନ୍‌କ୍ଲେଭସ୍ଥିତ ସତ୍ୟମ ଆପାର୍ଟମେଣ୍ଟରେ ଏକାକୀ ରହୁଥିଲେ। ତାଙ୍କ ସ୍ବାମୀ ବେଙ୍ଗାଲୁରୁରେ ରୁହନ୍ତି।

କିନ୍ତୁ ଗୁରୁବାର ଅପରାହ୍ନରେ ଅଶୋକ ନଗର ପୋଲିସକୁ ଏକ ଫୋନ୍‌ କଲ ଯୋଗେ ଦେବୋସ୍ମିତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିବା ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେବୋସ୍ମିତାଙ୍କ ଘର ବହାର ପଟୁ ତାଲା ପଡ଼ିଥିବା ଦେଖିଥିଲା ଏବଂ ତାଲା ଭାଙ୍ଗି ଘରକୁ ପଶିବା ପରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା।

 

Dharitri – Odisha’s No.1 Odia Daily

Share