Categories: ଜାତୀୟ

ଏୟାର ଇଣ୍ଡିଆ ବିମାନରେ ଫାଟିଲା ମୋବାଇଲ, ଏମରଜେନ୍ସି ଲ୍ୟାଣ୍ଡିଂ

ଉଦୟପୁର,୧୮।୭: ଉଦୟପୁରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। କାରଣ ଟେକଅପ ପରେ ବିମାନରେ ବିସ୍ଫୋରଣ ହେବାରୁ ଏହି ଲ୍ୟାଣ୍ଡିଂ କରାଯାଇଥିଲା। ଉଡ଼ାଣ ସମୟରେ ବିସ୍ଫୋରଣ ହେବା ମାତ୍ରେ ସମଗ୍ର କ୍ୟାବିନରେ ଧୂଆଁ ବ୍ୟାପିଗଲା ଏବଂ ପରେ ପାଇଲଟ ବିମାନକୁ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।
ତେବେ ବିମାନ ଅବତରଣ କରିବାର ଏକ ଘଣ୍ଟା ପରେ ବିମାନଟି ପୁଣିଥରେ ଟେକଅପ କରିଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ ବିମାନ ଉଡ଼ାଣ ପରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗତ ମାସରେ, ଅର୍ଥାତ୍‌ ଜୁନ ୨୧ରେ, ଏକ ଇଣ୍ଡିଗୋ ବିମାନ ଉଡ଼ାଣ ନମ୍ବର ୬ଇ ୨୧୩୪ ଯାହା ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଯାତ୍ରା କରିଥିଲା, ଏକ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

Share