Categories: ଜାତୀୟ

ଦିଲ୍ଲୀରେ ହାଇ ଆଲର୍ଟ, ସରୋଜିନି ମାର୍କେଟରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୩ ।୩: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଉତ୍ତର ପ୍ରଦେଶ ପୋଲିସ ଦିଲ୍ଲୀ ପୋଲିସକୁ ଏ ସମ୍ପର୍କରେ ଅବଗତ କରାଇଥିଲା । ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏକ ଅଜ୍ଞାତ ଇମେଲ କୁହାଯାଉଥିବା ଆତଙ୍କବାଦୀ ସଙ୍ଗଠନ ତହରିକ-ଏ-ତାଲିବାନ(ଇଣ୍ଡିଆନ ସେଲ) ଦ୍ୱାରା ମିଳିଥିବା ଇମେଲରେ ୟୁପି ପୋଲିସକୁ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣ କଥା କୁହାଯାଇଥିଲା । ୟୁପି ପୋଲିସ ଏହି ଆକ୍ରମଣ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା । ଏହାପରେ ଇନପୁଟ ଉପରେ କାମ କରି ଦିଲ୍ଲୀ ପୋଲିସ ମଙ୍ଗଳବାର ସରୋଜିନି ମାର୍କେଟରେ ଯାଞ୍ଚ ଅଭିଯାନ ଆରମ୍ଭ କରିଦେଇଥିଲା ।
ସରୋଜିନି ମାର୍କେଟ କିଛି ସମୟ ପାଇଁ ବନ୍ଦ ରହିବା କଥା କୁହାଯାଉଥିବା ବେଳେ ଦିଲ୍ଲୀ ପୋଲିସ କିନ୍ତୁ ଏଭଳି କୌଣସି ନିର୍ଦ୍ଦେଶ ଜାରି କରି ନ ଥିବା କହିଛି । ପୋଲିସ କହିଛି ଆମେ କେବଳ ଯାଞ୍ଚ କରିବାକୁ ଯାଇଥିଲୁ ହେଲେ ମାର୍କେଟ ବନ୍ଦ କରିବାକୁ କୁହାଯାଇ ନାହିଁ । ଏବେ ଦିଲ୍ଲୀ ପୋଲିସ ଇମଲେ କରିଥିବା ବ୍ୟକ୍ତିଙ୍କୁ ଖୋଜୁଥିବା କହିଛି ।

Share