Categories: ଜାତୀୟ

ଓକିଲ ପୋଷାକରେ ଆସି କୋର୍ଟ ପରିସରରେ ସ୍ତ୍ରୀଙ୍କୁ ଗୁଳି କଲେ ସ୍ବାମୀ

ନୂଆଦିଲ୍ଲୀ,୨୧।୪: ରାଜଧାନୀ ଦିଲ୍ଲୀର ସାକେତ କୋର୍ଟରେ ଶୁକ୍ରବାର ହୋଇଥିବା ଗୁଳିକାଣ୍ଡ ପରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ନ୍ୟୁ ଫ୍ରେଣ୍ଡସ କଲୋନିରେ ଏକ ମାମଲାରେ ସାକ୍ଷୀ ଦେବାକୁ ଆସିଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ କୋର୍ଟ ଭିତରେ ହିଁ ଗୁଳି କରିଥିବା ଜଣାପଡିଛି। ସ୍ବାମୀ ଜଣକ ଓକିଲ ପୋଷାକରେ ଆସି ପତ୍ନୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ସ୍ବାମୀଙ୍କ ବିରୋଧରେ ହିଁ ସାକ୍ଷୀ ଦେବାକୁ ଆସିଥିବା ଜଣାପଡିଛି।

Share