Categories: ଜାତୀୟ

ଗ୍ୟାଙ୍ଗଷ୍ଟର୍‌-ଲେଡି ଡନ୍‌ଙ୍କ ବିବାହରେ ପୋଲିସ ସାଜିବ ବରଯାତ୍ରୀ

ଦ୍ୱାରକା,୮।୩: ହରିୟାଣାର ଗ୍ୟାଙ୍ଗଷ୍ଟର ସନ୍ଦୀପ ଜାଡେଡି ଓରଫ କାଲା ଏବଂ ରାଜସ୍ଥାନର ଲେଡି ଡନ ଅନୁରାଧା ଚୌଧୁରୀଙ୍କ ବିବାହରେ ପୋଲିସ ବରଯାତ୍ରୀ ହେବେ। କାଲା ମାତ୍ର ୬ ଘଣ୍ଟା ଜାମିନରେ ତିହାର ଜେଲରୁ ବାହାରିବେ। ବିବାହ ପାଇଁ କୋର୍ଟ ତାଙ୍କୁ ପାରୋଲ ଦେଇଛନ୍ତି। ଅନଔପଚାରିକ ଭାବରେ ବିବାହ ପାଇଁ ପୋଲିସ କର୍ମଚାରୀଙ୍କୁ ନିମନ୍ତ୍ରଣ କରାଯାଉଛି। ବିବାହ ନିମନ୍ତ୍ରଣ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥି ସହିତ ବିଶୃଙ୍ଖଳା ଭୟକୁ ଦୃଷ୍ଟିରେ ରଖି ଏହି ବିବାହରେ ପୋଲିସ ମୁତୟନ କରାଯିବ। କାଲା ଏବଂ ଅନୁରାଧା ଚାରି ବର୍ଷ ଧରି ପ୍ରେମ ସଂପର୍କରେ ଅଛନ୍ତି। ବିବାହ ପରେ ଅନୁରାଧା ପରିବାର ସହିତ ଯିବେ। ସେ ପୂର୍ବରୁ ଜାମିନରେ ଅଛନ୍ତି।
ପୋଲିସର ସୂଚନାନୁସାରେ ଅନୁରାଧା ଛାଡପତ୍ର ପାଇଛନ୍ତି। ୨୦୦୬ ସେ ସିକରର ଶେଖାୱାଟୀ କଲେଜର ଅଧ୍ୟାପକ ଫେଲିକ୍ସ ଦୀପକ ମିଞ୍ଜଙ୍କୁ ଭେଟିଥିଲେ। ଦୁହେଁ ମେ ୨୦୦୭ରେ ବିବାହ କରିଥିଲେ, କିନ୍ତୁ ୨୦୧୩ରେ ଅଲଗା ହୋଇଥିଲେ। ୨୦୧୫ରେ ଅନୁରାଧା କାଲାଙ୍କ ସହ ମିଶି ଅନେକ ଅପରାଧ କରିଥିଲେ। କାଲା ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଅନୁରାଧା କାଲାଙ୍କ ମାତାପିତାଙ୍କର ଯତ୍ନ ନେଉଛନ୍ତି।

Share