Categories: ଜାତୀୟ

ଅନ୍‌ଲାଇନରେ ପାଠ ପଢି ପାରୁ ନ ଥିବା ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି କନଷ୍ଟେବଳ

ନୂଆଦିଲ୍ଲୀ,୧୮ ।୧୦: କରୋନା ମହାମାରୀ ପରଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏବେ ପିଲାମାନଙ୍କୁ ଅନ୍‌ଲାଇନରେ ପାଠପଢାଯାଉଛି । ଏତିକି ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜଧାନୀ ଦିଲ୍ଲୀର କନଷ୍ଟେବଳ ଥାନ ସିଂ । ରେଡ ଫୋର୍ଟ ଅଞ୍ଚଳରେ କିଛି ପିଲାଙ୍କୁ ନେଇ ସେ ଏକ ମନ୍ଦିର ପ୍ରାଙ୍ଗଣରେ ପାଠ ପଢାଉଛନ୍ତି । ବିଶେଷ କରି ଏମାନେ ଲନ୍‌ଲାଇନରେ ପାଠପଢି ପାରୁ ନାହାଁନ୍ତି । କନଷ୍ଟେବଳ ଥାନ କହିଛନ୍ତି, ଯେଉଁମାନେ ପାଠପଢାରୁ ବଞ୍ଚିତ ହେଉଛନ୍ତି ତଥା କରୋନା ମହାମାରୀ ସମୟରେ ଯେଉଁପିଲାମାନେ ଅନ୍‌ଲାଇନରେ ପାଠ ପଢି ପାରୁ ନାହାଁନ୍ତି ସେମିତି ପିଲାଙ୍କୁ ସେ ଶିକ୍ଷାଦାନ କରୁଛନ୍ତି । ବାସ୍ତବରେ ପାଠ ନ ପଢି ଏମାନେ ଭୁଲ୍ ବାଟରେ ଚାଲି ନ ଯାଆନ୍ତୁ ଅବା କୌଣସି ଅପରାଧରେ ସାମିଲ ନ ହୁଅନ୍ତୁ ବୋଲି ସେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସେ ଏହି ଗରିବ ପିଲାମାନଙ୍କୁ ପାଠ ପଢାଉଛନ୍ତି । ସଚନାଯୋଗ୍ୟ, କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ଏବେ ସାରା ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି କହିଲେ ଚଳେ ।

Share