Odisha Elections 2024
Posted inଜାତୀୟ

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ତାଙ୍କ ସମେତ ତେଲଙ୍ଗାନାର ୪ ଜଣଙ୍କୁ ଏହି ମାମଲାରେ ନୋଟିସ ଜାରି କରାଯାଇ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି।

ତେଲଙ୍ଗାନା କଂଗ୍ରେସର ଏକ୍ସ ହ୍ୟାଣ୍ଡେଲରେ ଶାହାଙ୍କ ସମ୍ପର୍କିତ ଭିଡିଓ ଶେୟାର କରାଯାଇଥିବା ଅଭିଯୋଗ ହୋଇଛି। ପରେ ଦଳର କେତେଜଣ ନେତା ଉକ୍ତ ଭିଡିଓକୁ ରିପୋଷ୍ଟ କରିଥିଲେ। ଅନୁସୂଚିତ ଜାତି/ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ସଂରକ୍ଷଣ କୋଟା ହଟାଇବା ଭାଜପାର ଏଜେଣ୍ଡା ବୋଲି ଉକ୍ତ ଭିଡିଓରେ ଦର୍ଶାଯାଇଥିଲା।

କୋଟା ଉଚ୍ଛେଦ ସପକ୍ଷରେ ଶାହା କହୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏଡିଟ୍‌ ହୋଇଥିବା ଉକ୍ତ ଭିଡିଓ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ଭାଜପା ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ସମେତ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ସି ଆଧାରରେ ମାମଲା ରୁଜୁ କରିଛି। ସୋସିଆଲ ମିଡିଆ ଏକ୍ସ ଏବଂ ଫେସ୍‌ବୁକ୍‌କୁ ମଧ୍ୟ ଦିଲ୍ଲୀ ପୋଲିସ ନୋଟିସ୍‌ ପଠାଇ ଭିଡିଓ ଅପ୍‌ଲୋଡ଼ ଏବଂ ଶେୟାର ହୋଇଥିବା ଆକାଉଣ୍ଟଗୁଡ଼ିକ ଉପରେ ତଥ୍ୟ ମାଗିଛି। ଏକ ନିର୍ବାଚନୀ ରାଲିରେ ଶାହା ଦେଇଥିବା ମୂଳ ଭାଷଣକୁ ବିକୃତ କରିବା ପାଇଁ ହେରଫେର କରାଯାଇଥିବା ଭାଜପା ଅଭିଯୋଗ କରିଛି।

କଂଗ୍ରେସ ଏଡିଟ୍‌ ହୋଇଥିବା ଏହି ଭିଡିଓକୁ ଭାଇରାଲ କରି ସମ୍ପୂର୍ଣ୍ଣ ମିଛ ଖବର ପ୍ରସାର କରାଉଛି, ଯାହାକି ବଡ଼ ଧରଣର ହିଂସା ସୃଷ୍ଟି କରିପାରେ। ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ସଂରକ୍ଷଣ କୋଟାକୁ ହ୍ରାସ କରାଯାଇ ଧର୍ମ ଆଧାରରେ ମୁସଲମାନଙ୍କୁ ଦିଆଯାଇଥିବା ଅସାମ୍ବିଧାନିକ ସଂରକ୍ଷଣ ହଟାଇବା ସମ୍ପର୍କରେ ଶାହା କହିଥିଲେ। ଏହାକୁ ଏଡିଟ୍‌ କରାଯାଇଥିବା ଭାଜପା ମୁଖପାତ୍ର ଅମିତ୍‌ ମାଲବ୍ୟ ଅଭିଯୋଗ କରିଛନ୍ତି। କଂଗ୍ରେସର ଅନେକ ମୁଖପାତ୍ର ଉକ୍ତ ଫେକ୍‌ ଭିଡିଓକୁ ପୋଷ୍ଟ କରିଛନ୍ତି। ସେମାନେ ଆଇନଗତ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ମାଲବ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବୟାନ ଦେଲେ ଶ୍ୱାତି ମାଲିଓ୍ବାଲ, କହିଲେ ସମ୍ପୂର୍ଣ୍ଣ ଘଟଣାକ୍ରମ

ନୂଆଦିଲ୍ଲୀ,୧୬।୫: ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ...

ଜବାବ ଦେଲେ ଯୋଗୀ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶ ସମେତ ସମଗ୍ର ଦେଶରେ ଚାରୋଟି ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଛି ଏବଂ ତିନୋଟି ପର୍ଯ୍ୟାୟ ଭୋଟ ବାକି ଅଛ ଏହି ପରିପ୍ରେକ୍ଷୀରେ, ରାଜନୈତିକ...

ଆଜି ନୁହେଁତ କାଲି ନିଶ୍ଚୟ ନେବି ପ୍ରତିଶୋଧ, କାହାଠାରୁ ପ୍ରତିଶୋଧ ନେବାକୁ କହୁଛନ୍ତି ମମତା?

କୋଲକାତା,୧୬।୫: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ତାମୁଲକ ଲୋକ ସଭା ନିର୍ବାଚନମଣ୍ଡଳୀରେ ପହଞ୍ଚିଥିଲେ। ଏହି ସମୟରେ, ସେ ୨୦୨୧...

ନାତି ପାଇଁ ଏଥର ଜନ୍ମଦିନ ପାଳିବେ ନାହିଁ ଦେବେଗୌଡା

ବେଙ୍ଗାଲୁରୁ,୧୬।୫: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ। ଗୁରୁବାର ସେ କହିଛନ୍ତି ଯେ ତାଙ୍କ ନାତି ତଥା...

ଦିଗବିଜୟ ପହଞ୍ଚିଲେ ସୁପ୍ରିମକୋର୍ଟ, କଂଗ୍ରେସ କହିଲା ପରିଣାମ ପୂର୍ବରୁ ଘାବରେଇଲାଣି ଭାଜପା

ନୂଆଦିଲ୍ଲୀ,୧୬।୫: ରାଜଭର ଷ୍ଟ୍ରଙ୍ଗରୁମରେ ସିମ୍ବଲ ଲୋଡିଂ ୟୁନିଟ (SLU) ନ ମିଳିବା ସମ୍ପର୍କରେ ଦିଗବିଜୟ ସିଂ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। କଂଗ୍ରେସ କହିଛି ଯେ ଫଳାଫଳ...

ସମାଜବାଦୀ ପାର୍ଟିକୁ ବଡ ଝଟ୍‌କା

ମଉ,୧୬।୫: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ତଥା ଦଳର ଜାତୀୟ ସଚିବ ରାମହରି ଚୌହାନ ବୁଧବାର ପାର୍ଟିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା...

ଭାଜପାର ଖେଳ ବିଗାଡିଦେଲେ ରାଜା ଭାୟା

ନୂଆଦିଲ୍ଳୀ,୧୬।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂର୍ବରୁ ଉତ୍ତରପ୍ରଦେଶରେ ରାଜନୈତିକ ହଲଚଲ ତୀବ୍ର ହୋଇଛି। ଏହର ସବୁଠାରୁ ବଡ କାରଣ ହେଉଛି ରାଜ ଭାୟା।...

ମୁମ୍ବାଇ ରାଲିରେ ସାମିଲ ହେବେ ନାହିଁ ମମତା, ଅଖିଳେଶ କି ଗାନ୍ଧୀ ପରିବାରର କୌଣସି ସଦସ୍ୟ

ନୂଆଦିଲ୍ଲୀ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋ ଏବଂ ରାଲି ପରେ ଏବେ ବିରୋଧୀ ଇଣ୍ଡିଆ ଆଲାଏନ୍ସ ମଧ୍ୟ ଦେଶର ଆର୍ଥିକ ରାଜଧାନୀରେ ଏକ ମେଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri