Categories: ଜାତୀୟ

ଦିଲ୍ଲୀରେ ସ୍ଥାନେ ସ୍ଥାନେ ଲଗାଯାଇଛି ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୨୫।୧: ରାଜଧାନୀର କନଟ ଅଞ୍ଚଳରେ ହନୁମାନ ମନ୍ଦିର ପାଖରେ ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ପୋଷ୍ଟର ମଙ୍ଗଳବାର ଲଗାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଲଗାଯାଇଥିବା ୪ଟି ପୋଷ୍ଟରରେ ୪ ସନ୍ଦିଗ୍ଧଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେମାନେ ସୁନ୍ନି ଇସ୍ଲାମିଷ୍ଟ ଆତଙ୍କବାଦୀ ଗୋଷ୍ଠୀ ଅଲ-କାଏଦା ସହ ଲିଙ୍କ୍‌ରେ ଅଛନ୍ତି।

ସେହି ୪ ସନ୍ଦିଗ୍ଧଙ୍କ ସମ୍ପର୍କରେ ଯେ କୌଣସି ସୂଚନା ଦେଲେ ପୁରସ୍କୃତ କରାଯିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କର ନାମ ଓ ଠିକଣା ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି।

ଦିଲ୍ଲୀ ପୋଲିସ ପକ୍ଷରୁ ସୋମବାର ୩୦ଟି ଭିନ୍ନ ଭିନ୍ନ ସ୍ଥାନରେ ଫେସିଆଲ ରେକଗନାଇଜେଶନ ସିଷ୍ଟମ (ଏଫ୍‌ଆର୍‌ଏସ୍‌) ଏବଂ ସିସିଟିଭି କ୍ୟାମେରା ଲଗାଯାଇଛି।

Share