ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ବଳରେ ଅଟକ ରଖିବା କ୍ଷମତା ପ୍ରଦାନ କରିଛନ୍ତି।
ଦିଲ୍ଲୀ କମିଶନର ଅନୁରାଗ କୁମାର ଏନ୍ଏସ୍ଏ ବଳରେ ଅଟକ କ୍ଷମତାର ଉପଯୋଗ କରିପାରିବେ। ଏନେଇ ବୁଧବାର ପ୍ରକାଶ ପାଇଥିବା ଦିଲ୍ଲୀ ଗେଜେଟ୍ରେ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯାଇଛି। ଅନୁରାଗ କୁମାରଙ୍କୁ ନିକଟରେ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା।