Posted inଜାତୀୟ

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ କଂଗ୍ରେସର ହାତ!

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ ଅଘୋଷିତ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିବା କହୁଛନ୍ତି। କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଅନେକେ ଅଭିଯୋଗ ଲଗାଉଛନ୍ତି। ସେହିଭଳି କଂଗ୍ରେସ ମଧ୍ୟ ଅଭିଯୋଗ କରୁଥିବା ଦେଖାଯାଇଛି। ତେବେ କହିବାକୁ ଗଲେ କଂଗ୍ରେସ ବିରୋଧରେ ଆନ୍ଦୋଳନ କରି ରାଜନୈତିକ ଶିଡି ଚଢ଼ିଛନ୍ତି କେଜ୍‌ରିଓ୍ବାଲ। ଏହାକୁ ରାଜନୈତିକ ଅଭିସନ୍ଧି କହିପାରିବା କାରଣ ଏହି କଂଗ୍ରେସ ହିଁ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର କେଜ୍‌ରିଓ୍ବାଲ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲା। ଆସନ୍ତୁ ସବିଶେଷ ଜାଣିବା…

୨୦୨୨ ଜୁନ୍‌ ୩ର କଥା। ଯେତେବେଳେ କଂଗ୍ରେସ ଦିଲ୍ଲୀ ସରକାରଙ୍କ ମଦ ନୀତି ମାମଲାକୁ ନେଇ ଅଭିଯୋଗ କରିଥିଲା। ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅନିଲ ଚୌଧୁରୀ ନିଜେ ଉପରାଜ୍ୟପାଳ ବି କେ ସକ୍‌ସେନା ଏବଂ ପୋଲିସ କମିଶନରଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। କେବଳ ଏହା ନୁହେଁ ସେତେବେଳେ ନିଜ ଅଭିଯୋଗର ନକଲ ଟୁଇଟରରେ ଶେୟାର କରିଥିଲେ। ମାମଲାର ଯାଞ୍ଚ ଆରମ୍ଭ ହେବା ପରେ କଂଗ୍ରେସ ଏହାକୁ ନିଜର ବିଜୟ ବୋଲି କହିଥିଲା। ହେଲେ ଏବେ କଂଗ୍ରେସର ସ୍ବର ବଦଳିଛି। ଦଳ ଏହି ମଦ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଗଣତନ୍ତ୍ର ପ୍ରତି ବିପଦ ବୋଲି କହୁଛି।

Delhi congress Tweet

ସେତେବେଳେ କଂଗ୍ରେସ ନେତା ଅଜୟ ମାକନ ମଦ ଦୁର୍ନୀତି ମାମଲାରେ କେଜ୍‌ରିଓ୍ବାଲଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ଏଥିନେଇ ସେ ଖବରଦାତା ସମ୍ମିଳନୀ ରଖି କହିଥିଲେ ଯେ, ମଦ ଘୋଟାଲା ମାମଲାରେ ଅତିକମ୍‌ରେ ୧୦୦ କୋଟି ଲାଞ୍ଚ ନିଆଯାଇଥିଲା। କଂଗ୍ରେସକୁ ହରାଇବା ଲାଗି ସେ ଏହି ଘୋଟାଲ କରିଥିଲେ। ଏଣୁ କେଜ୍‌ରିଓ୍ବାଲଙ୍କ ସହ ତାଙ୍କର ମନ୍ତ୍ରୀଙ୍କୁ ଆସନରେ ବସିବାର ନୈତିକ ଅଧିକାର ନାହିଁ ବୋଲି ସେ କହିଥିଲେ।

କଂଗ୍ରେସର ପୂର୍ବ ଏମ୍‌ପି ସନ୍ଦୀପ ଦୀକ୍ଷିତ କିଛି ଦିନ ପୂର୍ବେ କେଜ୍‌ରିଓ୍ବାଲ ଜେଲ ଯିବେ ବୋଲି ଭବିଷ୍ୟବାଣୀ କରିଥିଲେ। ହେଲେ ତାଙ୍କୁ ଗିରଫ କରାଯିବା ପରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲିଙ୍କ ସହ ଅନେକ ନେତା ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚି କେଜ୍‌ରିଓ୍ବାଲଙ୍କୁ ସମର୍ଥନ ଦେଇଥିଲେ। କେବଳ ଏତିକି ନୁହେଁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍‌ କରି କେନ୍ଦ୍ର ସରକାର ଏବଂ ମୋଦିଙ୍କୁ କଟାକ୍ଷ କରିଛନ୍ତି।

Rahul Gandhi Tweet

ଗୋଟିଏ ପଟେ କିଛି କଂଗ୍ରେସ ନେତା କେଜ୍‌ରିଓ୍ବାଲ ଏବଂ ଏଏପିକୁ ସମର୍ଥନ କରୁଥିବା ବେଳେ କିଛି ଚୁପ୍‌ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ କେଜ୍‌ରିଓ୍ବାଲଙ୍କୁ ଗିରଫ କରିବା ପରେ କଂଗ୍ରେସ ତାଙ୍କ ସହ ଥିବାର ଦେଖାଯାଉଥିଲେ ହେଁ ମନରେ ଆଉ କିଛି ଅଛି। ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା, ସେତେବେଳେ କେଜ୍‌ରିଓ୍ବାଲ ଅନ୍ନା ହଜାରେଙ୍କ ନେତୃତ୍ୱରେ ବଡ଼ ଆନ୍ଦୋଳନ କରି କଂଗ୍ରେସ ଉପରେ ହେରଫେର, ଘୋଟାଲା ଭଳି ଅଭିଯୋଗ ଆଣିଥିଲେ। ସେବେ କଂଗ୍ରେସକୁ ଦୁର୍ନୀତିର ଗଙ୍ଗା ବୋଲି ମଧ୍ୟ କେଜ୍‌ରିଓ୍ବାଲ କହିଥିଲେ। ହେଲେ ରାଜନୈତିକ ସ୍ଥିତିକୁ ଦେଖି ଉଭୟ INDIA ମେଣ୍ଟର ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri