Categories: ଜାତୀୟ

ଦିଲ୍ଲୀ ନ୍ୟୁ ଅଶୋକ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୯।୭: ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ଅଶୋକ ନଗରରେ ଥିବା ଏକ ୪ମହଲା ବିଶିଷ୍ଟ କୋଠାଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିପଡ଼ିଛନ୍ତି। କୋଠା ବାହାରେ ଥିବା ସିଢ଼ି ଦେଇ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡ ନ୍ୟୁ ଅଶୋକ ନଗରରେ ଥିବା ମେଟ୍ରୋ ଲାଇନ୍‌ ନିକଟସ୍ଥ ଏକ ବିଲ୍ଡିଂରେ ଲାଗିଛି। ମଙ୍ଗଳବାର ଅପରାହ୍ନ ୩ଟା ୩୫ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେହି ହତାହତ ହୋଇଥିବା ସୂଚନା ମିଳିନାହିଁ। ଏବେ ବି ସେଠାରେ ଅନେକ ଲୋକ ଫସିରହିଥିବା କୁହାଯାଉଛି।

Share