Categories: ଜାତୀୟ

ପ୍ରଦୂଷଣ ପାଇଁ ମଗାଇଲେ ହଜାରେ ବସ୍‌

ନୂଆଦିଲ୍ଲୀ,୧୭।୧୧: ପ୍ରଦୂଷଣ ହାର କମାଇବା ପାଇଁ ଏକ ମାସ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ମଙ୍ଗଳବାର ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ଅରବିନ୍ଦ କେଜରିଓ୍ବାଲଙ୍କ ସରକାର। ରାଜଧାନୀରେ ଯୋଗାଯୋଗ ସେବାକୁ ସୁଦୃଢ଼ କରିବା ପାଇଁ ସରକାର ଏକ ହଜାର ବେସରକାରୀ ବସ୍‌ ନିୟୋଜିତ କରିବାକୁ ଯାଉଛନ୍ତି।

ଦିଲ୍ଲୀର ବାୟୁ ପ୍ରଦୂଷଣ କାରଣରୁ ସରକାର ଅତ୍ୟଧିକ ଚାପରେ ଅଛନ୍ତି। ପ୍ରଦୂଷଣ କାରଣରୁ ସ୍କୁଲ ଶଟଡାଉନ କରିସାରିଥିବା ଦିଲ୍ଲୀ ସରକାରଙ୍କୁ ସପ୍ତାହନ୍ତ ଲକ୍‌ଡାଉନ ଏବଂ ଏକ ସପ୍ତାହ ପାଇଁ ଓ୍ବାର୍କ ଫ୍ରମ ହୋମ ଭଳି ଉପାୟ ଆପଣେଇବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ।

ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଟୁଇଟ୍‌ କରି ଲେଖିଛନ୍ତି, ଦିଲ୍ଲୀ ସରକାର
ଏକ ମାସ ପାଇଁ ୧ ହଜାର ବେସରକାରୀ ବସ୍‌ ମୁତୟନ କରିବା ପ୍ରକ୍ରିୟା କରିଛନ୍ତି। ଯାନବହନ ଜନିତ ପ୍ରଦୂଷଣକୁ ରୋକିବା ଲାଗି ଦିଲ୍ଲୀବାସୀଙ୍କୁ ବ୍ୟକ୍ତିଗତ ଗାଡ଼ି ବଦଳରେ ବସ୍‌ ଭଳି ସର୍ବସାଧାରଣ ଯାନବାହନ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି।

Share