Categories: ଜାତୀୟ

୨୪ରେ ଦିଲ୍ଲୀ ମେୟର ନିର୍ବାଚନ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନ ନେଇ ସୋମବାର ପୁଣି ତାରିଖ ଘୋଷଣା ହୋଇଛି। ଜାନୁଆରୀ ୨୪ରେ ମେୟର ନିର୍ବାଚନ ହେବା ନେଇ ସୂଚନା ଦିଆଯାଇଛି। ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଅନୁମତି କ୍ରମେ ନବ ନିର୍ବାଚିତ କାଉନସିଲଙ୍କ ବୈଠକ ବସିବ। ବୈଠକରେ ମେୟର ନିର୍ବାଚନ ହେବ। ଏପରିକି ନବ ନିର୍ବାଚିତ କାଉନସିଲମାନେ ଶପଥ ଗ୍ରହଣ କରିବେ। ଏହାପରେ ମେୟର, ଡେପୁଟି ମେୟର ଓ ୬ ଜଣିଆ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ମତଦାନ ହେବ।

ସୂଚନା ଯୋଗ୍ୟ, ଗତ ୬ ତାରିଖରେ ଭାଜପା-ଏଏପି କାଉନସିଲର ମୁହାଁମୁହିଁ ପରିସ୍ଥିତ ପରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(ଏମ୍‌ସିଡି) ମେୟର ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ଭାଜପା ଏବଂ ଏଏପି କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ଭଳି ପରିସ୍ଥିତି ଦେଖାଦେଇଥିଲା। ଏପରିକି ସିଭିକ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍‌ ଏବଂ ଭାଜପା କର୍ମୀ ମୁହଁାମୁହିଁ ହୋଇଥିଲେ। ଏଥିରେ ଜଣେ ଏଏପି କାଉନସିଲରଙ୍କ ହାତରେ ଆଘାତ ଲାଗିବା ସହ ଶାର୍ଟ ଚିରିଯାଇଥିବା ନେଇ ଅଭିଯୋଗ ହୋଇଥିଲା।

Share