Categories: ଜାତୀୟ

ଦିଲ୍ଲୀର ଗୋଟିଏ ଗୋଟିଏ ଓ୍ବାର୍ଡ ପାଲଟିଗଲାଣି ପାକିସ୍ତାନ: କୈଳାଶ ବିଜୟବର୍ଗିୟ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ଏମସିଡି ନିର୍ବାଚନ ୨୦୨୨କୁ ନେଇ ଭାଜପା ଏବେ ଆମ ଆଦମୀ ପାର୍ଟି ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଛି। ବରିଷ୍ଠ ଭାଜପା ନେତା କୈଳାଶ ବିଜୟବର୍ଗିୟ କହିଛନ୍ତି, କଂଗ୍ରେସର ତୁଷ୍ଟିକରଣ ଏବଂ ଏଏପିର ଅଳିଆ ନୀତି ଯୋଗୁ ଏଠାରେ ଛୋଟ ୱାର୍ଡ ପାକିସ୍ତାନ ପାଲଟିଛି। ଆମେ ପାକିସ୍ତାନକୁ ଏକଜୁଟ କରି ଧ୍ୱଂସ କରିବୁ ଏବଂ ସେଠାରେ ତ୍ରିରଙ୍ଗା ଲଗାଇବୁ। ଦିଲ୍ଲୀର ଭୋଟରମାନେ ଏହା ଅନୁଭବ କରିବା ଉଚିତ ଯେ ଆମେ ଏହି ଛୋଟ ପାକିସ୍ତାନକୁ ଭୟ କରୁନାହୁଁ। ଏମସିଡି ନିର୍ବାଚନ ପାଇଁ ଶ୍ରୀ ରାମ କଲୋନୀରେ ପ୍ରଚାର କରୁଥିବା ସମୟରେ ବିଜୟବର୍ଗିୟ ଏହା କହିଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୪ରେ ହେବାକୁ ଥିବା ଏମସିଡି ନିର୍ବାଚନ ଭାଜପା, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଯୋଗିତାର ହେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିୱାଲ ଏମସିଡିରେ ୨୫୦ଟି ଆସନ ଜିତିବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗତ ୧୫ ବର୍ଷ ଧରି ଏମସିଡି ଶାସନ କରୁଥିବା ଭାଜପା ପୁଣିଥରେ ବିଜୟ ଦାବି କରିଛି। ଡିସେମ୍ବର ୭ରେ ଏମସିଡି ନିର୍ବାଚନ ଫଳାଫଳ ଆସିବ।

Share