Categories: ଜାତୀୟ

କେଜ୍‌ରିଓ୍ବାଲଙ୍କୁ ‘ଦୁର୍ନୀତିର ପ୍ରଫେସର’ କହିଲା ଭାଜପା

ନୂଆଦିଲ୍ଲ,୧୮।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପାଇଁ ପ୍ରତ୍ୟେକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି ନିର୍ବାଚନ ପାଇଁ ଏବେ ଦୁଇ ପ୍ରମୁଖ ଦଳ ଭାଜପା ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଛି। ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଉପରେ ଶୁକ୍ରବାର ଭାଜପା ଆଉ ପୋଷ୍ଟର ଜାରି କରିଛି। ଭାଜପା ମୁଖପାତ୍ର ଅଜୟ ଶେରାୱତ ଏକ ପୋଷ୍ଟର ଜାରି କରି ଅରବିନ୍ଦ କେଜ୍‌ରିୱାଲଙ୍କୁ ହଲିଉଡର ୱେବ ସିରିଜ ମନି ହିଷ୍ଟର ପ୍ରଫେସର ଭାବରେ ଦର୍ଶାଇ ତାଙ୍କୁ ‘ଦୁର୍ନୀତିର ପ୍ରଫେସର’ ବୋଲି କହିଛନ୍ତି।
ଏମସିଡି ନିର୍ବାଚନରେ ୨୫୦ ୱାର୍ଡରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। କିନ୍ତୁ ପ୍ରାୟ ୨୦ଟି ୱାର୍ଡରେ ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିବ। ତିନୋଟି ପ୍ରମୁଖ ଦଳର ଭେଟେରାନ ନେତାମାନେ ଏହି ଆସନ ପାଇଁ ଲଢୁଛନ୍ତି।

Share