Categories: ଜାତୀୟ

ଏମସିଡି ନିର୍ବାଚନ ପାଇଁ ଏଏପିର ପ୍ରଥମ ପ୍ରାର୍ଥି ତାଲିକାରେ ୧୩୪ ଜଣଙ୍କ ନାମ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଏଏପି) ଶନିବାର ରାତିରେ ଏମସିଡି ବା ଦିଲ୍ଲୀ ନଗର ନିଗମ ନିର୍ବାଚନ ଲାଗି ପ୍ରାର୍ଥି ତାଲିକା ଘୋଷଣା କରିଛି । ଏଥିରେ ୧୩୪ ଜଣଙ୍କ ନାମ ସାମିଲ କରାଯାଇଛି । ଏମସିଡିରେ ମୋଟ ୨୫୦ ୱାର୍ଡରେ ଭୋଟ ହେବ । ୪ ଡିସମ୍ବରରେ ଭୋଟ ଗ୍ରହଣ କରାଯିବ ଓ ଫଲାଫଳ ୭ ଡିସେମ୍ବରରେ ଘୋଷଣା କରାଯିବ । ପ୍ରାର୍ଥିଙ୍କ ପ୍ରଥମ ତାଲିକା ଏଏପିର ଅଫିସିୟାଲ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି । ଦଳ ପକ୍ଷରୁ ସମସ୍ତ ପ୍ରାର୍ଥିଙ୍କୁ ଶୁଭେଚ୍ଛା ଦିଆଯାଇଛି ଓ କୁହାଯାଇଛି ଖୁବଶୀଘ୍ର ଦିଲ୍ଲୀ ସହର ସଫା ସୁତୁରା ହେବାକୁ ଯାଉଛି । ଦଳର ଦିଲ୍ଲୀ ମୁଖ୍ୟ ଟୁଇଟ କରି କହିଛନ୍ତି ୯୦ ପ୍ରତିଶତ ପୁରୁଣା କର୍ମୀଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଛି ।

Share