Posted inଜାତୀୟ

ସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ନୂଆଦିଲ୍ଲୀ,୧୫ା୧୧: ସ୍ତ୍ରୀ’କୁ ଅମାନୁଷିକ ମାଡ଼ ମାରୁଥିଲେ ବ୍ୟକ୍ତି, ଝଗଡା ସମାଧାନ କରିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧା। ବୁଧବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ। ପିଡୀତ ରଣ ସିଂହଙ୍କ ବୟସ ୬୦ ହୋଇଥିବା ବେଳେ ଅଭିଯୁକ୍ତ ଧୀରଜର ବୟସ ୪୨ ଅଟେ।

“ଘଟଣା ଦିନ ଧୀରଜ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିଲେ। ପଡୋଶୀ ରଣ ସିଂ ଏହା ଦେଖି ସେମାନଙ୍କ ବିବାଦର ସମାଧାନ ପାଇଁ ତାଙ୍କ ଘରକୁ ଯାଇଥିଲେ ବୋଲି ଡେପୁଟି କମିଶନର ପୋଲିସ (ବାହ୍ୟ ଉତ୍ତର) ନିଧିନ୍ ଭାଲସନ କହିଛନ୍ତି।

ତେବେ ସିଂଙ୍କ ହସ୍ତକ୍ଷେପରେ ରାଗିଯାଇ ଧୀରଜ ତାଙ୍କୁ ଲୁହା ରଡରେ ମୁଣ୍ଡରେ ଆଘାତ କରିଥିଲେ। ଏହାପରେ ରଣ ସିଂ ପ୍ରଥମ ମହଲାର ସିଡ଼ିରୁ ଖସିପଡିଥିଲେ। ତାଙ୍କୁ ଜାହାଙ୍ଗୀରପୁରୀର ବାବୁ ଜଗଜୀବନ ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ କହିଛି ଯେ ସିଂଙ୍କ ପୁତୁରା ପୋଲିସକୁ ଧୀରଜ ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଡ୍ରାଇଭର ହୋଇଥିବା ବେଳେ ପତ୍ନୀଙ୍କ ସହ ନିୟମିତ ଝଗଡା କରୁଥିଲେ ଏବଂ ତାଙ୍କୁ ପ୍ରତି ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ…

ବ୍ଲାକ ବକ୍ସ ଉଦ୍ଧାର! ବାରାମତୀ ବିମାନ ଦୁର୍ଘଟଣାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଲା ବଡ଼ ଅପଡେଟ

ମୁମ୍ବାଇ,୨୯।୧: ବାରାମତୀ ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ କହିଛି ଯେ ସରକାର…

ପ୍ରେମରେ ଅନ୍ଧ! ବିବାହକୁ ବିରୋଧ କଲେ ବାପା-ମାଆ, ବିଷ ଇଞ୍ଜେକ୍ସନ ଦେଇଦେଲେ ଝିଅ

ହାଇଦ୍ରାବାଦ,୨୯।୧: ତେଲେଙ୍ଗାନାର ଭିକାରାବାଦ ଜିଲାର ବାନ୍ଥରାମ ମଣ୍ଡଳରେ ଜଣେ ଯୁବତୀ ତାଙ୍କ ପିତାମାତାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରେମ ବିବାହକୁ…

Budget 2026: ‘ମୋଦି ଦେଶକୁ କପଟରେ ପରିପୂର୍ଣ୍ଣ ବାର୍ତ୍ତା ଦେଉଛନ୍ତି,’ ଅର୍ଥନୈତିକ ସର୍ଭେକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୨୯।୧: ଗୁରୁବାର କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଜେଟ ଅଧିବେଶନ ଉପରେ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛି। ସେମାନେ କହିଛନ୍ତି ଯେ ପ୍ରତ୍ୟେକ ଅଧିବେଶନ ଆରମ୍ଭ…

ନୂଆ UGC ନିୟମରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ସିଜେଆଇ କହିଲେ…

ନୂଆଦିଲ୍ଲୀ,୨୯ା୧: ସୁପ୍ରିମକୋର୍ଟ ନୂଆ ୟୁଜିସି ନିୟମକୁ ଚ୍ୟାଲେଞ୍ଜ କରି ଆଜି ଅର୍ଥାତ୍‌ ଜାନୁଆରୀ ୨୯ରେ ଆବେଦନଗୁଡ଼ିକର ଶୁଣାଣି କରି ସ୍ଥଗିତାଦେଶ ଜାରି କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ…

ଶେଷ ହେବ କି କଂଗ୍ରେସ ସହ ମତଭେଦ? ରାହୁଲ ଗାନ୍ଧୀ-ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ,୨୯।୧: କଂଗ୍ରେସ ଦଳ ସହିତ ଉତ୍ତେଜନାର କଳ୍ପନାଜଳ୍ପନା ମଧ୍ୟରେ, ତିରୁଭାନନ୍ତପୁରମ ଏମପି ଶଶି ଥରୁର ସଂସଦ ଭବନରେ ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ…

Economic Survey 2026: ବଜେଟ୍ ପୂର୍ବରୁ ଖୁସିଖବର, ଜିଡିପି ଅଭିବୃଦ୍ଧି…

ନୂଆଦିଲ୍ଲୀ,୨୯।୧: କେନ୍ଦ୍ରୀୟ ବଜେଟ ପୂର୍ବରୁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦଲିଲ୍…

ଶୋଇଥିବାବେଳେ ଟେକିନେଇ ୭ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଚିତ୍କାର କରିବାରୁ…

ଭୋପାଳ,୨୯।୧: ମଧ୍ୟପ୍ରଦେଶର ବାରୱାନି ଜିଲାରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଜଣେ ସମ୍ପର୍କୀୟ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri