Categories: ଜାତୀୟ

ସ୍କୁଲ ଛାତ୍ରଙ୍କ ଲଢ଼େଇ ବେଳେ ଗୁଳି କରି ଦେଲେ

ନୂଆଦିଲ୍ଲୀ,୨୭।୩: ଜାତୀୟ ରାଜଧାନୀର ଏକ ସ୍କୁଲ ବାହାରେ ଦୁଇ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କକୁ ନେଇ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗୁଳି ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲ ଜବତ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଦ୍ୱାରକା ସେକ୍ଟର ୧୬ସ୍ଥିତ ସ୍କୁଲ ବାହାରେ ଦୁଇ ସ୍କୁଲଛାତ୍ରଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ପୀଡ଼ିତଙ୍କୁ ଗୁଳି କରିଥିଲେ ଅଭିଯୁକ୍ତ। ପୀଡ଼ିତ ଖୁର୍ଶିଦଙ୍କୁ ଲଢ଼େଇ କରୁଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣେ ଡାକି ଆଣିଥିଲେ। ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ସଦସ୍ୟ ଗୁଳି କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share