Categories: ଜାତୀୟ

ବନ୍ଦ ହେବ ସରକାରୀ ମଦ ଦୋକାନ

ନୂଆଦିଲ୍ଲୀ,୧୬ ।୧୧: ରାଜଧାନୀ ଦିଲ୍ଲୀରେ ଔପଚାରିକ ଭାବେ ଏବେ ସରକାରୀ ମଦ ଦୋକାନ ବନ୍ଦ ହେବାକୁ ଯାଉଛି । ଏବେ ଏହା କେବଳ ଘରୋଇ ଦୋକାନରେ ମିଳିପାରିବ । ମଙ୍ଗଳବାର ମଧ୍ୟରାତ୍ରୀରୁ ପାଖାପାଖି ୪୦୦ ମଦ ଦୋକାନରେ ତାଲା ପଡିବ । କାରଣ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ବୁଧବାର ଲାଗୁ ହେବାକୁ ଥିବା ବେଳେ ଏବେ କେବଳ ଘରୋଇ ଦୋକାନରେ ମଦ ମିଳିପାରିବ । ଅନୁମାନ କରାଯାଉଛି କି ଏକା ସାଙ୍ଗରେ ଏତେ ଗୁଡିଏ ଦୋକନ ବନ୍ଦ ହେବା ଫଳରେ ଘରୋଇ ଦେକାନରେ ଭିଡ ବୃଦ୍ଧି ପାଇପାରେ । ତେବେ ଅବକାରୀ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୮୫୦ ନୂଆ ଦୋକାନ ବ୍ୟବସାୟ ଆରମ୍ଭ କରିବାର ସମ୍ଭାବନା ରହିଛି । ୩୨ ଜୋନରେ ସମସ୍ତ ଆବେଦନକାରୀଙ୍କୁ ଲାଇସେନ୍ସ ବିତରଣ କରାଯାଇଛି । ହେଲେ ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରଥମ ଦିନ ଅର୍ଥାତ୍ ବୁଧବାର ୩୦୦-୩୫୦ ଦୋକାନ ବିକ୍ରି ଆରମ୍ଭ କରିବାର ସମ୍ଭାବନା ରହିଛି । ଏହାଦ୍ୱାରା ମଦ ମିଳିବାରେ ସମାନ୍ୟ ଅସୁବିଧା ଉପୁଜିପାରେ । ହେଲେ ଧୀରେ ଧୀରେ ସମସ୍ତ ୮୫୦ ଦୋକାନ ବିକ୍ରି ଆରମ୍ଭ କରିବା ପରେ ଆଉ ଅସୁବିଧା ଦେଖା ଦେବନାହିଁ ବୋଲି ଅନୁମାନ କରାଯାଇଛି ।

Share