Categories: ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି: କେସିଆରଙ୍କ ଝିଅ କବିତାଙ୍କୁ ଇଡି ସମନ ଜାରି, ଗୁରୁବାର ଜେରା…

ହାଇଦ୍ରାବାଦ,୮।୩ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ ତଥା ବିଆଇଏସ ଏମଏଲସି କେ. କବିତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସମନ ଜାରି କରାଯାଇଛି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି କବିତାଙ୍କୁ ଡାକିଛନ୍ତି। ଗୁରୁବାର ତାଙ୍କୁ ଜେରା କରାଯିବ।

ଏହାପୂର୍ବରୁ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଅଭିଯୁକ୍ତ କବିତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁ ଗୋରାଣ୍ଟଲା ସୋମବାର କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି। ସେ ରାଉସ ଆଭେନ୍ୟୁ କୋର୍ଟରୁ ଜାମିନ ପାଇଥିଲେ। ସିବିଆଇ ଟିମ ହାଇଦ୍ରାବାଦରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୁଚିବାବୁଙ୍କୁ ଗିରଫ କରିଥିଲା।

ଏହି ନୀତି ପ୍ରଣୟନ ତଥା କାର୍ଯ୍ୟାନ୍ବୟନରେ ତଥା ହାଇଦ୍ରାବାଦ ଭିତ୍ତିକ ହୋଲସେଲ-ଖୁଚୁରା ଲାଇସେନ୍ସଧାରୀ, ସେମାନଙ୍କ ଲାଭଦାୟକ ମାଲିକଙ୍କୁ ଭୁଲ ଲାଭ ପ୍ରଦାନ କରିଥିବାରୁ ସିବିଆଇ ବୁଚିବାବୁଙ୍କୁ ଗିରଫ କରିଥିଲା।

Share