Categories: ଜାତୀୟ

ସ୍ବାଧୀନତା ଦିବସରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ,୧୨।୮: ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂର୍ବରୁ ୨ ହଜାର ଲାଇଭ କ୍ୟାଟ୍ରିଜ୍‌ ଜବତ ହୋଇଛି। ଏଥିସହ ଦିଲ୍ଲୀରେ କ୍ୟାଟ୍ରିଜ୍‌ ଯୋଗାଉଥିବା ୬ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବ ଦିଲ୍ଲୀ ପୋଲିସ ଆନନ୍ଦ ବିହାର ଅଞ୍ଚଳରୁ ୨ଟି କ୍ୟାଟ୍ରିଜ୍‌ ବ୍ୟାଗ ସହ ସପ୍ଲାୟର୍ସକୁ ଗିରଫ କରିଛି। ଏବେ ଏହି ଅଭିଯୁକ୍ତମାନଙ୍କୁ ପୋଲିସ ପଚରାଉଚରା କରୁଛି।
ଏଥର ସମଗ୍ର ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ଅଗଷ୍ଟ ୧୫ରେ ଲାଲକିଲାରେ ସୁରକ୍ଷା ପାଇଁ ୧୦ ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ। ଅଗଷ୍ଟ ୧୫ପୂର୍ବରୁ ମଧ୍ୟ ସମଗ୍ର ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।

Share