Categories: ଜାତୀୟ

କାଞ୍ଝାଓ୍ବାଲା ମାମଲା: ୪ଦିନିଆ ରିମାଣ୍ଡରେ ୫ଅଭିଯୁକ୍ତ

ନୂଆଦିଲ୍ଲୀ,୫।୧: ଦିଲ୍ଲୀ କାଞ୍ଝାଓ୍ବାଲାରେ ହିଟ୍‌ ଆଣ୍ଡ ରନ୍‌ ମାମଲା ଏବେ ଚର୍ଚ୍ଚାରେ ରହିଛି। ଏହି ମାମଲାରେ ଏଭଳି ଅନେକ ପ୍ରଶ୍ନ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ। ଗୁରୁବାର ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ କୋର୍ଟ ସେମାନଙ୍କୁ ୪ଦିନିଆ ରିମାଣ୍ଡରେ ପଠାଇଦେଇଛନ୍ତି। ସୂଚନାଯୋଗ୍ୟ, କାଞ୍ଝାଓ୍ବାଲା ମାମଲାରେ ଅଭିଯୁକ୍ତଙ୍କ ପୋଲିସ ହେପାଜତ ସମାପ୍ତ ହୋଇଛି। ଏହାପରେ ଗୁରୁବାର ଦିଲ୍ଲୀର ରୋହିଣୀ କୋର୍ଟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା। ଏହି ସମୟରେ ପୋଲିସ କୋର୍ଟରେ ଦାବି ରଖିଥିଲା ଯେ, ଉକ୍ତ ଅଭିଯୁକ୍ତଙ୍କୁ ଏହି ମାମଲାରେ ଅଧିକ ପଚରାଉଚରା କରିବା ବାକି ରହିଛି। ତେଣୁ ସେମାନଙ୍କୁ ୫ଦିନିଆ ରିମାଣ୍ଡରେ ନେବାକୁ ପୋଲିସ ଦାବି କରିଥିଲା। ହେଲେ କୋର୍ଟ ୪ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

Share