Posted inଜାତୀୟ

ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ

ନୂଆଦିଲ୍ଲୀ,୬ା୧୧: ଦିଲ୍ଲୀର ବାୟୁ ମାନ ରବିବାର ପୁଣିଥରେ ଅତି ଉତ୍କଟ ସ୍ତରରେ ପହଞ୍ଚତ୍ଛି। ଫଳରେ ଜାତୀୟ ରାଜଧାନୀ ଦେଶର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। ରାଜଧାନୀର ବିଭିନ୍ନ ଭାଗରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୫୫୦ରୁ ଅଧିକ ରହିଛି। ଓ୍ବାଜିରପୁର ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ଏକ୍ୟୁଆଇ ସର୍ବାଧିକ ୮୫୯ ରେକର୍ଡ କରାଯାଇଛି। ଦିଲ୍ଲୀ ଆକାଶକୁ ଧୂଳିକଣା ଓ ଧୂଆଁ ଆଚ୍ଛାଦିତ କରି ରଖିଥିବାରୁ ଖୁବ୍‌ କମ୍‌ ଦୂରତା ପର୍ଯ୍ୟନ୍ତ ଦୃଶ୍ୟ ହେଉଛି। ବିଶ୍ୱର ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ସମେତ କୋଲକାତା ଓ ମୁମ୍ବାଇ ରହିଛି। ଶୀତଦିନ ଆରମ୍ଭ ହୋଇଥିବାରୁ ତାପମାତ୍ରା କମ୍‌ ସାଙ୍ଗକୁ ବାୟୁ ପ୍ରବାହ ହ୍ରାସ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଏଭଳି ସ୍ଥିତିରେ ପହଞ୍ଚତ୍ଥିବା ଅଧିକାରୀମାନେ କହିଛନ୍ତି। ଏଠାରେ ରହୁଥିବା ୨ କୋଟି ଲୋକଙ୍କ ମଧ୍ୟରୁ ଅଧିକାଂଶ ଆଖି ପୋଡ଼ିବା ଓ ଗଳା କୁଣ୍ଡେଇହେବା ଅଭିଯୋଗ କରିଛନ୍ତି। ଦିଲ୍ଲୀ ବାୟୁ ଘଞ୍ଚ ଧୂସର ହୋଇଯାଇଛି। ଶିଶୁମାନେ କ୍ରମାଗତ କାଶୁଥିବାବେଳେ ପିଲାଙ୍କ ଶ୍ୱାସକ୍ରିୟା ପ୍ରଖର ହେଉଛି ବୋଲି ଜଣେ ଡାକ୍ତର ସୋସିଆଲ ମିଡିଆରେ ଲେଖିଛନ୍ତି।
ଦିଲ୍ଲୀର ପିଏମ୍‌୨.୫ ସାନ୍ଧ୍ରତା ସ୍ତର ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଧାର୍ଯ୍ୟ କରିଥିବା ବାୟୁମାନ ଗାଇଡ୍‌ଲାଇନ୍ସ ସୀମାର ୯୬.୨ ଗୁଣ ରହିଛି। ବାୟୁରେ ରହିଥିବା କଣିକା ତତ୍ତ୍ୱ୨.୫(ପିଏମ୍‌୨.୫) ଅତି ସୂକ୍ଷ୍ମ ଓ ପ୍ରଶ୍ୱାସରେ ନେଇହେବ। ଏହାର ବ୍ୟାସ ହେଉଛି ୨.୫ ମାଇକ୍ରୋମିଟର ବା ତା’ଠୁ କମ୍‌। ପ୍ରଶ୍ୱାସରେ ଯାଇ ଏହା ରକ୍ତସ୍ରୋତରେ ମିଶିବା ସହ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଦିଲ୍ଲୀ ବାୟୁରେ ଏହି ସ୍ତର ଘନମିଟର ପ୍ରତି ୪୮୧ ମାଇକ୍ରୋଗ୍ରାମ ରହୁଛି। ଏଥିସହିତ ଦିଲ୍ଲୀ ଓ ଏହାର ଆଖପାଖ ସହରରେ ଥିବା ବାୟୁରେ ପିଏମ୍‌୧୦ ମୁଖ୍ୟ ଦୂଷିତ ପଦାର୍ଥ ଭାବେ ରହିଛି।
ପ୍ରଦୂଷଣ ହ୍ରାସ କରିବା ପାଇଁ ଦିଲ୍ଲୀ କର୍ତ୍ତୃପକ୍ଷ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜଧାନୀରେ ଅତି ଜରୁରୀ ନ ଥିବା ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯିବା ସହ ଡିଜେଲ ଟ୍ରକ୍‌ ଓ ଭାରି ଯାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି। ଜନସାଧାରଣଙ୍କୁ ବ୍ୟକ୍ତିଗତ ଗାଡ଼ି ବ୍ୟବହାର ନ କରି ସର୍ବସାଧାରଣ ପରିବହନ ବ୍ୟବସ୍ଥାର ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କ୍ରିକେଟ ମ୍ୟାଚ୍‌ ବେଳେ ବାଣ ଫୁଟାଇବାକୁ ଦିଲ୍ଲୀ, ମୁମ୍ବାଇରେ ଆୟୋଜକମାନେ ବନ୍ଦ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଯୁଦ୍ଧ ଭିତରେ ତାଣ୍ଡବ କରିବ ବାତ୍ୟା, ଭୟଙ୍କର ଭାବରେ ଇରାନକୁ ମାଡ଼ି ଆସୁଛି…

ତେହରାନ,୨୫।୩: ଯୁଦ୍ଧଗ୍ରସ୍ତ ମଧ୍ୟପ୍ରାଚ୍ୟ ପାଇଁ, ଆଉ ଏକ ପ୍ରମୁଖ ଚ୍ୟାଲେଞ୍ଜ ଏବେ ଉଭା ହୋଇଛି। ଏଥର, ପ୍ରତିଦ୍ୱନ୍ଦ୍ୱୀ କୌଣସି ଦେଶ ନୁହେଁ, ବରଂ ପ୍ରକୃତି। ଏକ ଶକ୍ତିଶାଳୀ…

ଏବେ ଆରମ୍ଭ ହେଲା ଅସଲ ଯୁଦ୍ଧ! ନୂଆ ସଙ୍କଟ ଛିଡା କଲା ଇରାନ, ଭୟରେ ଥରହର ସବୁ ଦେଶ

ନୂଆଦିଲ୍ଲୀ, ୨୫।୩: ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆପଣଙ୍କୁ ବିଶ୍ୱାସ କରାଇଛି ଯେ ବିଶ୍ୱ ସଙ୍କଟ ଟଳି ଯାଇଛି, ତେବେ ଏହି ଖବର ଉପରେ…

ଶାନ୍ତି ଆଲୋଚନା ଭିତରେ ଗ୍ରାଉଣ୍ଡକୁ ୩୦୦୦ ସେନା ପଠାଇଲେ ଟ୍ରମ୍ପ! ମହାଯୁଦ୍ଧ ନେଲା ଭୟଙ୍କର ମୋଡ

ଓ଼୍ବାଶିଂଟନ,୨୫।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏକ ବଡ଼ ମୋଡ଼ରେ ପହଞ୍ଚିଛି। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପଟେ ଯୁଦ୍ଧ ଏଡାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri