Posted inଜାତୀୟ

ଆଗାମୀ ଦୁଇଦିନ ମଧ୍ୟରେ ଗ୍ୟାସ ଚାମ୍ବର ପାଲଟିବ ରାଜଧାନୀ, ନିଶ୍ୱାସ ନେବାରେ ହେବ ଅସୁବିଧା

ନୂଆଦିଲ୍ଲୀ,୧୨ ।୧୧: ବେଳକୁ ବେଳ ଖରାପ ହୋଇଚାଲିଛି ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳ । ଆଗାମୀ ଦୁଇଦିନ ମଧ୍ୟରେ ଏହା ଗ୍ୟାସ ଚାମ୍ବର ପାଲଟିଯିବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଏଠାରେ ପ୍ରଦୂଷଣର ସ୍ତର ବେଳକୁ ବେଳ ବଢିବାରେ ଲାଗିଛି । ତେଣୁ ଆବଶ୍ୟକ ନ ଥିଲେ ଘରେ କବାଟ ଝରକା ବନ୍ଦ କରି ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଗୁରୁବାର ଦିଲ୍ଲୀରେ ଧୂଆଁର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା । ବିଶେଷ ଭାବେ ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ଅଧିକ ପ୍ରଦୂଷିତ ଥିବା ବେଳେ ଏଠାରେ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବା ସହ ଗଳା ଦରଜ ହେବା, ଆଖି କୁଣ୍ଡାଇ ହେବା ଭଳି ସମସ୍ୟା ଉପୁଜିଛି । ସେହିପରି ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଛି ଯେ ବହୁତ ଦୂର ପର୍ଯ୍ୟନ୍ତ କିଛି ଦେଖାଯାଉନାହିଁ । ଗୁରୁବାର ସଫଦରଜଙ୍ଗରେ ୮୦୦ ମିଟର ପର୍ଯ୍ୟନ୍ତ ଦେଖାଯାଉଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରହୋଷ୍ଟେସ ହତ୍ୟା ଅଭିଯୁକ୍ତଙ୍କ ହାଜତ ମୃତ୍ୟୁ

ମୁମ୍ବାଇ,୯।୯: ଏୟାରହୋଷ୍ଟେସ ରୁପାଲ ଓଗ୍ରେଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ବିକ୍ରମ ଅତଓ୍ବାଲଙ୍କ ପୋଲିସ ହାଜତରେ ମୃତ୍ୟୁ ଘଟିଛି। ରବିବାର ରାତିରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା...

ପାକିସ୍ତାନକୁ ଭାରତର କଡ଼ା ଜବାବ, ୬-୧୦ ପାକିସ୍ତାନ ସେନା ନିହତ, ୩ ଆତଙ୍କବାଦୀ ଶିବିର ଧ୍ୱଂସ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ...

ଆଦିବାସୀ କାର୍ଡ ଖେଳିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨।୧୧: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସରକାର ଏକ...

ଖୋଲିଲା ସାଓ୍ବଂଲିଆ ସେଠ୍‌ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ

ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି...

ବିନା ଅନୁମତି ଯୋଗୁ ବାହାନଗା ଦୁର୍ଘଟଣା

ନୂଆଦିଲ୍ଲୀ,୨୫ା୮(ପି.ଟି.):ବାଲେଶ୍ୱର ଜିଲା ବାହାନଗା ବଜାର ରେଳ ଷ୍ଟେଶନ ନିକଟ ଲେଭଲ କ୍ରସିଂରେ ମରାମତି କାର୍ଯ୍ୟ ପୂର୍ବରୁ ବରିଷ୍ଠ ଡିଭିଜନାଲ ଏବଂ ଟେଲିକମ୍‌ ଇଞ୍ଜିନିୟରଙ୍କ ଅନୁମତି ନିଆଯାଇ...

ସମଲିଙ୍ଗୀ ବିବାହ କେବଳ ସହରୀ ଧାରଣା ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୪: ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଶୁଣାଣି କ୍ରମାଗତ ଦ୍ୱିତୀୟ ଦିନ ସୁପ୍ରିମକୋର୍ଟରେ ଜାରି ରହିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦେବା ଆବେଦନରେ ସୁପ୍ରିମକୋର୍ଟ କହିଛନ୍ତି,...

ରାହୁଲଙ୍କୁ ଘୋଷଣା କରାଯାଉ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ମଣିକମ ଟାଗୋର…

ନୂଆଦିଲ୍ଲୀ,୨୫।୫ : ଆସନ୍ତା ଲୋକସଭା ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀଙ୍କୁ ଏକଜୁଟ କରିବା ସଂଗ୍ରାମ ମଧ୍ୟରେ କଂଗ୍ରେସ ଏମପି ମଣିକମ ଟାଗୋର ଦଳକୁ...

ମେ’ ୩୧ରେ ‘ମନ କି ବାତ’ କାର୍ଯ୍ୟକ୍ରମରେ କଥା ହେବେ ମୋଦି: ଟୁଇଟ କରି ମାଗିଲେ ଜନତାଙ୍କ ମତ

ନୂଆଦିଲ୍ଲୀ,୧୮।୫: ଦେଶରେ ଲାଗି ରହିଥିବା କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩୧ ତାରିଖରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ...

Advertisement
Archives

Model This Week