Categories: ଜାତୀୟ

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଏମିତି ନିଷ୍ପତ୍ତି ନେଲେ ଯୁବକ, ଆଉ ତା’ପରେ

ନୂଆଦିଲ୍ଲୀ,୧୧।୯: ଦିଲ୍ଲୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶାଢି ସହାୟତାରେ ବେକକୁ ଚିପି ହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ଦେଢ ବର୍ଷର ଶିଶୁ ସହିତ ରାତିସାରା ସ୍ତ୍ରୀଙ୍କ ମୃତଦେହ ନିକଟରେ ବସିଥିଲେ। ସକାଳେ ଅଭିଯୁକ୍ତ ପ୍ରଥମେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସନ୍ଦେହ ହେବାରୁ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ପଚରାଉଚରା କରିବାରୁ ସେ ତାଙ୍କ ଅପରାଧ ସ୍ବୀକାର କରିଥିଲେ। ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, ଦିଲ୍ଲୀର ବକ୍କାରୱାଲା ଅଞ୍ଚଳରେ ଅବସ୍ଥିତ ଲେବର କ୍ୟାମ୍ପ୍‌ରେ ଏହି ଘଟଣା ଘଟିଛି। ପୋଲିସ ମୁତାବକ ଅଭିଯୁକ୍ତ ମାଜିଦ( ୨୧ ବର୍ଷ ) ସ୍ତ୍ରୀ ଶାବିଲା ଖାତୁନ(୨୧ ବର୍ଷ )ଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ସହ ଝଗଡା କରିଥିଲେ। ପରେ ଉତ୍ତେଜିତ ହୋଇ ଶାବିଲା ପିନ୍ଧିଥିବା ଲୁଗାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଶାବିଲାଙ୍କ ମୃତ୍ୟୁ ପରେ ପିଲାଙ୍କ ସହ ମୃତଦେହ ନିକଟରେ ରାତିସାରା ବସିଥିଲେ। ସକାଳେ ମାଜିଦ ଆଖପାଖର ଲୋକଙ୍କୁ କହିଥିଲେ ଯେ ରାତିରେ ସ୍ତ୍ରୀଙ୍କର ଜ୍ୱର ଅଧିକ ଥିଲା ଯେଉଁଥିପାଇଁ ସେ ମୃତ୍ୟୁବରଣ କରିଥିଲେ।

Share