Categories: ଜାତୀୟ

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରିମାଣ୍ଡ ଅବଧି ବଢିଲା

ନୂଆଦିଲ୍ଲୀ,୯।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୧୩ ତାରିଖ ଯାଏ ବଢାଇ ଦିଆଯାଇଛି। ସତ୍ୟେନ୍ଦ୍ର ସୋମବାର ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଗୁରୁବାର ସତ୍ୟେନ୍ଦ୍ରଙ୍କୁ ଇଡି କୋର୍ଟରେ ହାଜର କରାଇବା ସହ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବଢାଇବା ପାଇଁ ଆବେଦନ କରିଥିଲା। ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ପାଇଁ ବଢାଇଛନ୍ତି।

ବେଆଇନ ଅର୍ଥ କାରବାରରେ ମେ’ ୩୦ ତାରିଖରେ ଗିରଫ ହୋଇଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢାଉ କରାଯାଇଥିଲା। ଏହ ଚଢାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା।

Share