Categories: ଜାତୀୟ

କରୋନାରେ ବାପାଙ୍କୁ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। କରୋନା ଦ୍ୱାରା କେବଳ ସାଧାରଣ ଲୋକ ନୁହେଁ, ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ରବିବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପା କରୋନାରେ ପ୍ରାଣ ହରାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଟୁଇଟର୍‌ ଯୋଗେ ସୂଚନା ଦେଇଛନ୍ତି। ଏହାସହ ସେ ଶୋକ ବ୍ୟକ୍ତ କରି କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଖବର, ସତ୍ୟେନ୍ଦ୍ର ଜୈନ ୨୪ ଘଣ୍ଟା ଦିଲ୍ଲୀ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପାଙ୍କ ଏଭଳି ଅକାଳ ବିୟୋଗରେ ମୁଁ ମର୍ମାହତ। ତାଙ୍କ ଆତ୍ମାର ସଦଗତି କାମନା କରୁଛି ବୋଲି ସେ କହିଛନ୍ତି।

Share