Posted inଜାତୀୟ

ଖୁବଶୀଘ୍ର ଆସିବ EV ପଲିସି 2.0, ଏତିକି ଟଙ୍କା ଶସ୍ତା ହେବ ଗାଡ଼ି ଦାମ୍

ନୂଆଦିଲ୍ଲୀ,୧୧ା୧୨: ଦିଲ୍ଲୀରେ ଇଲେକ୍ଟ୍ରିକ ମୋବିଲିଟିକୁ ତ୍ୱରାନ୍ୱିତ କରିବା ପାଇଁ, ସରକାର ଏକ ବୈଦ୍ୟୁତିକ ଯାନ (EV) ନୀତି 2.0 ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଡ୍ରାଫ୍ଟ ଉପରେ ଆଲୋଚନା କରିବା ପାଇଁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ  ଗ୍ରୁପ ଅଫ ମିନିଷ୍ଟରସ(GoM) ବୈଠକ ଡକାଯାଇଛି । ତା’ପରେ ଜନସାଧାରଣଙ୍କ ମତାମତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପାଇଁ ଡ୍ରାଫ୍ଟକୁ ସାର୍ବଜନୀନ କରାଯିବ।

ବ୍ୟାଟେରୀ ରିସାଇକ୍ଲିଂ ବ୍ୟବସ୍ଥା- ଇଭି ବ୍ୟାଟେରୀକୁ 8 ବର୍ଷ କାର୍ଯ୍ୟକ୍ଷମ କରିବା ନେଇ ଲକ୍ଷ୍ୟ ରଖି ଦିଲ୍ଲୀ ସରକାର ପ୍ରଥମ ଥର ପାଇଁ ବ୍ୟାଟେରୀ ରିସାଇକ୍ଲିଂ ଚେନ୍ ସ୍ଥାପନ କରିବା ଉପରେ କାର୍ଯ୍ୟ କରୁଛନ୍ତି । ଏଥିରେ ବ୍ୟବହାର କରାଯାଉଥିବା ନୂଆ ବ୍ୟାଟେରୀର ଗ୍ରହଣ, ରିସାଇକ୍ଲିନ ଏବଂ ସୁରକ୍ଷିତ ନିଷ୍କାସନ ପାଇଁ ସମଗ୍ର ବ୍ୟବସ୍ଥା ତିଆରି କରାଯିବ । ଦିନକୁ ଦିନ ଇଭି ଗାଡିର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଆବଶ୍ୟକତା ପୂରଣ ହେବା ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ତେବେ ଆସନ୍ତା 2030 ସୁଦ୍ଧା 5 ହଜାର ପବ୍ଲିକ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ ।

ନୂଆ ବର୍ଷରୁ ନୂଆ ଇଭି ପଲିସି- ବର୍ତ୍ତମାନ ଲାଗୁଥିବା ଇଭି ପଲିସି ଡିସେମ୍ବର 31 ତାରିଖରେ ଶେଷ ହେବାକୁ ଯାଉଛି । ତବେ ଇଭି ପଲିସି 2.0 ନୂଆ ବର୍ଷରୁ ଲାଗୁ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ପୁରୁଣା ଇଭି ପଲିସି 2020ରୁ ଲାଗୁ ହୋଇଥିଲା ।

ତେବେ ସୁତ୍ର ଅନୁସାରେ, ଦିଲ୍ଲୀ ସରକାର ନୂଆ ଇଭି ପଲିସିରେ 50 ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବା ନେଇ ଯୋଜନା କରିଛନ୍ତି । କିନ୍ତୁ ଏହି 50 ପ୍ରତିଶତ ରିହାତି ଗାଡିର ମାର୍କେଟ ଭେଲ୍ୟୁ ଉପରେ ହେବ । କିନ୍ତୁ କ୍ଯାବିନେଟରେ ଏହାର ଅନ୍ତିମ ଫଇସଲା ହେବ ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri