ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ ସୋମବାର ଉଠାଇ ଦେଇଛନ୍ତି। ସ୍କୁଲ୍‌, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ୨୪ ତାରିଖରେ ସରକାର ନିଷ୍ପତ୍ତି ନେବେ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ବୁଧବାର ବୈଠକରେ ସରକାରୀ କର୍ମଚାରୀ ଘରୁ କାର୍ଯ୍ୟ କରିବା ନିଷ୍ପତ୍ତିର ସମୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିସହିତ ବାୟୁ ସ୍ଥିତିରେ ଯଦି ଉନ୍ନତି ଜାରି ରହେ ତେବେ ସିଏନ୍‌ଜିରେ ଚାଲୁଥିବା ଟ୍ରକ ଅଣଅତ୍ୟାବଶ୍ୟକ ସାମଗ୍ରୀ ନେଇ ଦିଲ୍ଲୀରେ ପ୍ରବେଶ କରିବ କି ନାହିଁ ତାହା ଉପରେ ଆଲୋଚନା କରାଯିବ। ଅଣଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ଦିଲ୍ଲୀରେ ପ୍ରବେଶ ଉପରେ ନିଷିଦ୍ଧାଦେଶକୁ ଗତ ରବିବାର ରାତିରେ ଦିଲ୍ଲୀ ସରକାର ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

Share