ଫିଲ୍ମ ‘୮୩’ କୁ ଟ୍ୟାକ୍ସ୍‌ ଫ୍ରି’ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୨।୧୨: କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ରିଲିଜ୍‌ ହେବାକୁ ଯାଉଛି। ଏହାକୁ ଦେଖିବା ପାଇଁ ଅନେକ ଦର୍ଶକ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ରଣଭୀର ସିଂ ଅଭିନୟ କରିଛନ୍ତି। ତେବେ ମଙ୍ଗଳବାର ଦିଲ୍ଲୀରେ ଟିକସ ମୁକ୍ତ ବୋଲି ଘୋଷଣା କରାଯାଇଛି। ଯାହାକୁ ନେଇ କବୀର ଖାନ ଇନଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଭଳି ନିଷ୍ପତ୍ତି ଆମକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇବାରେ ଏବଂ ଭାରତର ସର୍ବଶ୍ରେଷ୍ଠ ବିଜୟର କାହାଣୀ ପ୍ରଚାର କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି। ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଅଭିନେତା ପଙ୍କଜ ତ୍ରିପାଠୀ, ତାହିର ରାଜ ଭାସିନ, ଜୀଭା, ସାକିବ ସଲିମ, ଜଟିନ ସରନା, ଚିରାଗ ପାଟିଲ, ଡିଙ୍କର୍‌ ଶର୍ମା, ନିଶାନ୍ତ ଡାହିଆ, ହାର୍ଦ୍ଦି ସାନ୍ଧୁ, ସାହିଲ ଖଟ୍ଟର, ଆଦିନାଥ କୋଥାରେ ଏବଂ ଆର ବଦ୍ରି ପ୍ରମୁଖ ଅଭିନୟ କରିଛନ୍ତି।

Share