Categories: ଜାତୀୟ

ଆନ୍ଦୋଳନରେ ବସିଥିବା କୃଷକଙ୍କୁ ୱାଇ ଫାଇ ସୁବିଧା ଯୋଗାଇ ଦେବେ ଦିଲ୍ଲୀ ସରକାର!

ନୂଆଦିଲ୍ଲୀ,୨୯ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନରେ ବସିଛନ୍ତି । ବହୁ ଅସୁବିଧା ପରେ ବି କୃଷକ ସେମାନଙ୍କ ଜିିଦରେ ଅଟଳ ରହିଛନ୍ତି । ଗୋଟିଏ ପଟେ କେନ୍ଦ୍ର ସରକାର ବୁଧବାର ଅର୍ଥାତ୍ ଡିସମ୍ବର ୩୦ରେ କୃଷକ ନେତାଙ୍କ ସହ କଥା ହେବାକୁ ସମୟ ଦେଇଥିବା ବେଳେ ଅନ୍ୟପଟେ ଯଦି କୃଷକଙ୍କ ଦାବି ସରକାର ମାନି ନ ନିଅନ୍ତି ତେବେ ଜାନୁୟାରୀରେ ଅନଶନରେ ବସିବେ ବୋଲି ଧମକ ଦେଇଛନ୍ତି ସମାଜସେବୀ ଆନ୍ନା ହଜାରେ । ସେପଟେ କୃଷକମାନଙ୍କୁ ଆନ୍ଦୋଳନ ସ୍ଥଳରେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଦିଲ୍ଲୀ ସରକାର ସିନ୍ଧୁ ସୀମାରେ କୃଷକଙ୍କ ପାଇଁ ୱାଇ ଫାଇ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି । ସରକାର ୧୦୦ ମିଟର ମଧ୍ୟରେ ହଟସ୍ପଟ ଲଗାଇବେ ବୋଲି କହିଛନ୍ତି ।

Share