ମାସ୍କ ନ ପିନ୍ଧିଲେ ୫ଶହ ଜରିମାନା

ନୂଆଦିଲ୍ଲୀ,୨୨।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାରେ ଲାଗିଛି। କରୋନା ବିପଦକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟ ସରକାର କୋଭିଡ ନିୟମକୁ କଡ଼ାକଡ଼ି କରିଛନ୍ତି। ଇତିମଧ୍ୟରେ ବର୍ତ୍ତମାନ ଦିଲ୍ଲୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଏଥିଦହ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ୫ଶହ ଟଙ୍କା ମଧ୍ୟ ଜରିମାନା ଆଦାୟ କରାଯିବ। ଶୁକ୍ରବାର ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ଏନେଇ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ୫୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅନ୍ୟପଟେ ଘରୋଇ କାରରେ ଯାତ୍ରା କରୁଥିବା ଲୋକଙ୍କୁ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଫଳରେ ଘରୋଇ କାରରେ ଯାତ୍ରା କରୁଥିବା ଲୋକମାନେ ମାସ୍କ ପିନ୍ଧି ନ ଥିଲେ ମଧ୍ୟ ଜରିମାନା ଆଦାୟ କରାଯିବ ନାହିଁ ବୋଲି କେଜ୍ରିଓ୍ବାଲ କହିଛନ୍ତି।

Share