Categories: ଜାତୀୟ

ଜେନେରେଟର ବ୍ୟବହାର ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୪।୧୦: ଜାତୀୟ ରାଜଧାନୀ ଦିଲ୍ଲୀରେ ଦ୍ରୁତବେଗରେ ବଢ଼ି ଚାଲିଥିବା ବାୟୁ ପ୍ରଦୂଷଣକୁ ରୋକିବା ଲାଗି ବୁଧବାର ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅତ୍ୟାବଶକୀୟ ତଥା ଜରୁରୀକାଳୀନ ସେବା ବ୍ୟତୀତ ଡିଜେଲ୍‌, ପେଟ୍ରୋଲ ଓ କିରୋସିନରୁ କାର୍ଯ୍ୟ କରୁଥିବା ସମସ୍ତ ବିଦ୍ୟୁତ ଶକ୍ତି ଉତ୍ପାଦନକାରୀ ଜେନେରେଟର ସେଟ୍‌କୁ ଅକ୍ଟୋବର ୧୫ରୁ ନିଷେଧ କରାଯାଇଛି। ଅତ୍ୟାବଶକୀୟ ସେବାଗୁଡ଼ିକ ମଧ୍ୟରେ ସ୍ବାସ୍ଥ୍ୟ ସୁବିଧା, ଲିଫ୍ଟ, ରେଳ ସେବା, ଦିଲ୍ଲୀ ମେଟ୍ରୋ, ବିମାନବନ୍ଦର, ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଓ ଜାତୀୟ ସୂଚନା କେନ୍ଦ୍ର ଦ୍ୱାରା ପରିଚାଳିତ ଡାଟା କେନ୍ଦ୍ର ଅର୍ନ୍ତଭୁକ୍ତ।
ପ୍ରତିକ୍ରିୟା କାର୍ଯ୍ୟ ଯୋଜନା (ଜିଆର୍‌ଏପି) ଅଧିନରେ ଗୁରୁବାରଠାରୁ ରାଜଧାନୀରେ ଜେନେରେଟର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଡିପିସିସି ଏକ ନିର୍ଦ୍ଦେଶନାମା ଜାରି କରିଛି। ଜିଆର୍‌ଏପି ହେଉଛି ପ୍ରଦୂଷଣ ବିରୋଧୀ ପଦକ୍ଷେପ। ଯାହା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତିର ଗମ୍ଭୀରତା ଉପରେ ନିର୍ଭର କରି ଲାଗୁ କରାଯାଏ।

Share