Categories: ଜାତୀୟ

ଯୁବତୀଙ୍କୁ ମିଳିଥିବା ସ୍କୁଟି ନମ୍ବରର ଅକ୍ଷରକୁ ନେଇ ପରିବହନ ବିଭାଗକୁ ନୋଟିସ ଜାରି କଲା ଡିସିଡବ୍ଲ୍ୟୁ

ନୂଆଦିଲ୍ଲୀ,୫ ।୧୨: ଜଣେ ଯୁବତୀଙ୍କୁ ସ୍କୁଟିର ନମ୍ବର ପ୍ଲେଟରେ ଥିବା ଅକ୍ଷରକୁ ନେଇ ହଟାହଟା ହେବାକୁ ପଡିଛି । ଏ ନେଇ ସେ ମହିଳା କମିଶନରେ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଏ ନେଇ ପରିବହନ ବିଭାଗକୁ ନୋଟିସ ଜାରି କରିଛନ୍ତି । ତାଙ୍କୁ ପରିବହନ ବିଭାଗ ପକ୍ଷରୁ ମିଳିଥିବା ନମ୍ବର ପ୍ଲେଟର ଅକ୍ଷର ଗୁଡିକ ଥିଲା ‘ଏସ୍‌ଇଏକ୍ସ’ । ଯାହା ଫଳରେ ସେ ସ୍କୁଟି ନେଇ ଯାଉଥିବା ବେଳେ ବଡ ହଟହଟା ହୋଇଥିଲେ । ଏନେଇ ଡିସିଡବ୍ଲ୍ୟୁ ପରିବହନ ବିଭାଗକୁ ନୋଟିସ ଜାରି କରିବା ସହ ଏହି ଶୃଙ୍ଖଳାର ସମସ୍ତ ପଞ୍ଜିକୃତ ନମ୍ବରକୁ ଉଲ୍ଲେଖ କରିବାକୁ କୁହାଯାଇଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମାମଲା ସାମ୍ନାକୁ ଆସିବା ପରେ ଏହି ଶୃଙ୍ଖଳାର ସମସ୍ତ ନମ୍ବରକୁ ବନ୍ଦ କରି ଦିଆଯାଇଛି । ଏବେ ଏହି ଶୃଙ୍ଖଳାରେ ରେଜିଷ୍ଟ୍ରେଶନ ହୋଇଥିବା ନମ୍ବରକୁ ବଦଳାଇ ଦିଆଯିବ ବୋଲି ସେ କହିଛନ୍ତି । ଡିସିଡବ୍ଲ୍ୟୁର ଅଧ୍ୟକ୍ଷା ଶ୍ୱାତି ମାଲିୱାଲ କହିଛନ୍ତି, ଆଶ୍ଚର୍ଯ୍ୟର କଥା ଯେ ଲୋକମାନେ ଏବେ ତଳକୁ ଖସିଯାଇ ପାରନ୍ତି । ଯାହା ଫଳରେ ଏକ ନମ୍ବର ପ୍ଲେଟର ଅକ୍ଷରକୁ ନେଇ ଜଣେ ଯୁବତୀଙ୍କୁ ଅପମାନ ସହିବାକୁ ପଡିଛି । ପରିବହନ ବିଭାଗକୁ ଏହି ସମସ୍ୟାର ସମାଧାନ ପାଇଁ ୪ ଦିନ ସମୟ ଦିଆଯାଇଛି ।

 

Share