Posted inଜାତୀୟ

ଯୁବତୀଙ୍କୁ ମିଳିଥିବା ସ୍କୁଟି ନମ୍ବରର ଅକ୍ଷରକୁ ନେଇ ପରିବହନ ବିଭାଗକୁ ନୋଟିସ ଜାରି କଲା ଡିସିଡବ୍ଲ୍ୟୁ

ନୂଆଦିଲ୍ଲୀ,୫ ।୧୨: ଜଣେ ଯୁବତୀଙ୍କୁ ସ୍କୁଟିର ନମ୍ବର ପ୍ଲେଟରେ ଥିବା ଅକ୍ଷରକୁ ନେଇ ହଟାହଟା ହେବାକୁ ପଡିଛି । ଏ ନେଇ ସେ ମହିଳା କମିଶନରେ ଅଭିଯୋଗ କରିବା ପରେ ଦିଲ୍ଲୀ ମହିଳା କମିଶନ(ଡିସିଡବ୍ଲ୍ୟୁ) ଏ ନେଇ ପରିବହନ ବିଭାଗକୁ ନୋଟିସ ଜାରି କରିଛନ୍ତି । ତାଙ୍କୁ ପରିବହନ ବିଭାଗ ପକ୍ଷରୁ ମିଳିଥିବା ନମ୍ବର ପ୍ଲେଟର ଅକ୍ଷର ଗୁଡିକ ଥିଲା ‘ଏସ୍‌ଇଏକ୍ସ’ । ଯାହା ଫଳରେ ସେ ସ୍କୁଟି ନେଇ ଯାଉଥିବା ବେଳେ ବଡ ହଟହଟା ହୋଇଥିଲେ । ଏନେଇ ଡିସିଡବ୍ଲ୍ୟୁ ପରିବହନ ବିଭାଗକୁ ନୋଟିସ ଜାରି କରିବା ସହ ଏହି ଶୃଙ୍ଖଳାର ସମସ୍ତ ପଞ୍ଜିକୃତ ନମ୍ବରକୁ ଉଲ୍ଲେଖ କରିବାକୁ କୁହାଯାଇଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ମାମଲା ସାମ୍ନାକୁ ଆସିବା ପରେ ଏହି ଶୃଙ୍ଖଳାର ସମସ୍ତ ନମ୍ବରକୁ ବନ୍ଦ କରି ଦିଆଯାଇଛି । ଏବେ ଏହି ଶୃଙ୍ଖଳାରେ ରେଜିଷ୍ଟ୍ରେଶନ ହୋଇଥିବା ନମ୍ବରକୁ ବଦଳାଇ ଦିଆଯିବ ବୋଲି ସେ କହିଛନ୍ତି । ଡିସିଡବ୍ଲ୍ୟୁର ଅଧ୍ୟକ୍ଷା ଶ୍ୱାତି ମାଲିୱାଲ କହିଛନ୍ତି, ଆଶ୍ଚର୍ଯ୍ୟର କଥା ଯେ ଲୋକମାନେ ଏବେ ତଳକୁ ଖସିଯାଇ ପାରନ୍ତି । ଯାହା ଫଳରେ ଏକ ନମ୍ବର ପ୍ଲେଟର ଅକ୍ଷରକୁ ନେଇ ଜଣେ ଯୁବତୀଙ୍କୁ ଅପମାନ ସହିବାକୁ ପଡିଛି । ପରିବହନ ବିଭାଗକୁ ଏହି ସମସ୍ୟାର ସମାଧାନ ପାଇଁ ୪ ଦିନ ସମୟ ଦିଆଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri