Categories: ଜାତୀୟ

ଦିଲ୍ଲୀ ଏୟାରପୋର୍ଟରେ ଫୁଲ ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୧।୪: ଦିଲ୍ଲୀ ଏୟାରପୋର୍ଟରେ ସମ୍ପୂର୍ଣ୍ଣ ଏମରଜେନ୍ସି ଘୋଷଣା କରାଯାଇଛି। ଏଥିପାଇଁ ବିମାନ ବନ୍ଦର ଭିତରକୁ ଆମ୍ବୁଲାନ୍ସ, ଫାୟାର ବ୍ରିଗେଡ ଆଦିକୁ ଡାକି ଦିଆଯାଇଛି। ବିମାନ ବନ୍ଦରରୁ ଏକ ବିମାନ ଟେକ ଅପ କରିବାର କିଛି ସମୟ ମଧ୍ୟରେ ଏକ ଚଢେଇ ବାଡେଇ ହୋଇଯିବାରୁ ଏମରଜେନ୍ସି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଦିଲ୍ଲୀ ଏୟାରପୋର୍ଟରୁ ଦୁବଇ ଯାଉଥିବା ଫେଡଏକ୍ସ ଏୟାରକ୍ରାପ୍ଟ ଯେମିତି ଟେକଅପ କରିଥିଲା ଏଥିରେ ଏକ ପକ୍ଷୀ ମାଡ ହୋଇଥିଲା। ଏହାପରେ ଏହାକୁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ଏହାକୁ ନଜରରେ ରଖି ଏୟାରପୋର୍ଟ ପ୍ରଶାସନ ପୁଲ ଏମରଜେନ୍ସି ଘୋଷଣା କରିଦେଇଥିଲେ, ଏହାକୁ କୌଣସି ମୁହୂର୍ତ୍ତରେ ହଟାଇ ଦିଆଯାଇପାରେ।

Share